27.1 C
Bhubaneswar
Monday, November 25, 2024
Homeଓଡିଶାପାଣି ପାଇଁ ଡ଼ହଳ ବିକଳ, ଚୂଆ ପାଣିରେ ମେଣ୍ଟୁଛି ଶୋଷ

ପାଣି ପାଇଁ ଡ଼ହଳ ବିକଳ, ଚୂଆ ପାଣିରେ ମେଣ୍ଟୁଛି ଶୋଷ

କୋରାପୁଟ : ପଟାଙ୍ଗି ବ୍ଳକ୍ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସାକିରାଇ ଗ୍ରାମବାସି ପାନୀୟଜଳ ପାଇଁ ହେଉଛନ୍ତି ହନ୍ତସନ୍ତ। ଏହି ଗ୍ରାମରେ ସମୁଦାୟ ୬୦ ଗୋଟି ପରିବାର ବସବାସ କରନ୍ତି । ଗ୍ରାମରେ ଦୁଇ ଗୋଟି ନଳକୂପ ରହିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁନାହିଁ। ଏହି ଦୁଇ ଗୋଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇ ପଡ଼ିଥିବା ବେଳେ ଗୋଟିଏ ନଳକୂପରୁ ଗୋଳିଆ ଓ ଦୁର୍ଗନ୍ଧ ପାଣି ବାହାରୁଛି ଯାହାକୁ ବ୍ୟବହାର କରାଯାଇ ପାରୁନି । ପୂର୍ବରୁ ଖରାପ ହୋଇ ପଡ଼ିଥିବା ନଳକୂପ ଗୋଟିଏ ମଧ୍ୟରୁ ଗୋଳିଆ ପାଣି ବାହାରୁ ଥିବା ଗ୍ରାମବାସୀ କହିଛନ୍ତି । ଏନେଇ ଗ୍ରାମବାସି ବାରମ୍ବାର ପଞ୍ଚାୟତ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଲୋକେ ଗାଁ ନିକଟରେ ଥିବା, ନାଳ, ଝରଣାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଯାହା ଦ୍ୱାରା ସେମାନଙ୍କ ବିଭିନ ପ୍ରକାର ରୋଗରେ ପଡୁଥିବା କହିଛନ୍ତି। ପ୍ରଶାସନ ଗାଁ ପାଇଁ ଜଳର ବ୍ୟବସ୍ଥା କରିଦେଲେ ଗାଁ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking