19.1 C
Bhubaneswar
Sunday, November 24, 2024
Homeଓଡିଶାଝିିରିଗୁଡ଼ାରେ ପାଣି ପାଇଁ ହାହାକାର

ଝିିରିଗୁଡ଼ାରେ ପାଣି ପାଇଁ ହାହାକାର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଝିିରିଗୁଡ଼ା ପଞ୍ଚାୟତର କିରାମା ଏକ ବୃହତ ଗ୍ରାମ ହୋଇଥିବା ବେଳେ ଖରାଦିନେ ପାନୀୟଜଳର ଘୋର ଅଭାବ ଯୋଗୁଁ ଅଞ୍ଚଳବାସୀ ପାଣି ପାଇଁ ହାହାକାର ପକାଇଲେଣି । ଏହି ଗ୍ରାମର ବିିଭିନ୍ନ ସଂପ୍ରଦାୟର ପ୍ରାୟ ୭୦୦ ପରିବାର ବସବାସ କରୁଥିବା ବେଳେ ଜନସିଂଖ୍ୟା ପ୍ରାୟ ଚାରି ହଜାର । ଏଠାକାର ସର୍ବାଧିକ ଲୋକେ ଦିନ ମଜୁରିଆ ଭାବେ କାମ କରି ଜୀବନ ଅତିବାହିତ କରିଥାନ୍ତି । ସରକାରଙ୍କ ବସୁଧା ଯୋଜନାରେ ଏଠାରେ ଘରକୁ ଘର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ରହିଛି । ଏଠାରେ ଟାଙ୍କି ଅଛି ଓ ଷ୍ଟାଣ୍ଡ ପାଇପ୍ ମଧ୍ୟ ଅଛି । ଏପରିକି ଘରକୁ ଘର ମଧ୍ୟ ପାଇପ୍ ସଂଯୋଗ କରାଯାଇଛି । ସବୁ ସୁବିଧା ସତ୍ତ୍ୱେ ମଧ୍ୟ ଖରାଦିନ ଆସିଗଲେ ପାଣି ଟୋପାଏଁ ପାଇଁ ଡ଼ହଳ ବିକଳ ହେଉଛନ୍ତି ଏହି ଅଞ୍ଚଳବାସୀ ।

ଆଗରୁ ଥିବା କିଛି ନଳକୂପ ହିଁ ହଜାର ହଜାର ଲୋକଙ୍କର ସାହା ଭରସା । କେତୋଟି ନଳକୂପ ମଧ୍ୟ କୌଣସି କାର୍ଯ୍ୟରେ ଆସୁନାହିଁ । ବାଧ୍ୟ ବାଧକରେ ପାଣି ପାଇଁ ଲାଗିଥାଏ ଲମ୍ବା ଧାଡ଼ି । ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ଜଳ ଯୋଗାଣ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିନାହିଁ କୌଣସି ପ୍ରକାର ସଫଳତା । ଆଗରୁ ଚାଲିଥିବା ସପ୍ଲାୟ ପାଣି ଯଥେଷ୍ଟ ନହେବା କାରଣରୁ ପୁଣିଥରେ ଏକ ବଡ଼କୂପ ଖୋଳି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରଯାଇଛି । କିନ୍ତୁ ଆଜକୁ ୬ ମାସ ବିତିଗଲାଣି ପାଣି ପାଇବାରୁ ଲୋକେ ବଞ୍ôଚତ ହେଉଛନ୍ତି । ଏନେଇ କନିଷ୍ଠଯନ୍ତ୍ରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ଲୋକ ପାଣି ପାଇବାରେ କୌଣସି ପ୍ରକାର ଅସୁବିଧା ନାହିଁ । ପୁରୁଣା ମଟର ଚାଲୁରହିଛି କହି ଅପରେଟରଙ୍କୁ ଦୋଷ ଦେଉଛନ୍ତି । ନୂଆ ମଟର ଆସିଯାଇଛି , ତୁରନ୍ତ ତାହା ଲଗାଯାଇ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି । ଆଗାମୀ ଦିନରେ ପାଣି ସମସ୍ୟା ସମାଧାନ କରାନଗଲେ ବାଧ୍ୟ ହୋଇ ଅଞ୍ଚଳବାସୀ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking