28.1 C
Bhubaneswar
Friday, March 29, 2024
Homeଓଡିଶାଗର୍ଭବତୀ ମହିଳା ହତ୍ୟା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ

ଗର୍ଭବତୀ ମହିଳା ହତ୍ୟା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ : ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଥାନାରେ ହୋଇଥିବା ହତ୍ୟା ଅଭିଯୋଗର ଅଭିଯୁକ୍ତଙ୍କୁ ଥାନା ପୁଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ମୃତା ମହିଳାଙ୍କ ବାପା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭଦ୍ରକ ପୀରହାଟ ଥାନା ଅନ୍ତର୍ଗତ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତି ତାଙ୍କ ମଝିଆଁ ଝିଅ ପ୍ରଜ୍ଞାସିନୀଙ୍କୁ ଗତ ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମର ଗୌରାଙ୍ଗ ଜେନାଙ୍କ ବଡ଼ପୁଅ ଖଗେଶ୍ୱରଙ୍କ ସହ ବିବାହ ଦେଇଥିଲେ । ମାତ୍ର ଗତ ୧୦ ତାରିଖରେ ପ୍ରଜ୍ଞାସିନୀ ଗୁରୁତର ହୋଇ ଭଦ୍ରକ ମେଡ଼ିକାଲରେ ଥିବା ସାନଝିଅଠାରୁ ଖବର ପାଇ ସୁଧାରଞ୍ଜନ ଭଦ୍ରକ ମେଡ଼ିକାଲକୁ ଆସି ଝିଅ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମୋକଦ୍ଦମା ରୁଜୁକରି ଖଗେଶ୍ୱରଙ୍କୁ ଥାନାରେ ଅଟକ ରଖିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଖଗେଶ୍ୱରଙ୍କୁ ପୁଲିସ ଥାନାରୁ ଛାଡ଼ି ଦେଇଥିଲା । ଯାହାକୁ ନେଇ ପୁଲିସର କାର୍ଯ୍ୟ ଉପରେ ସୁଧାରଞ୍ଜନଙ୍କର ସନ୍ଦେହ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ବିବାହର ୪/୫ ମାସ ଭଲରେ ବିତିବା ପରେ ଶାଶୁଘର ଲୋକେ ପ୍ରଜ୍ଞାସିନୀଙ୍କୁ ନିର୍ଯାତନା ଦିଆଯିବା ନେଇ ସେ ସେତେବେଳେ ବାପାଙ୍କୁ ଅବଗତ କରାଇଥିଲେ । ଅଧିକ ଯୌତୁକ ଆଣିବାକୁ ଶାଶୁଘର ଲୋକେ ଦାବି କରୁଥିବା କହିଥିଲେ । ପ୍ରଜ୍ଞାସିନୀ ପାଳିଆବିନ୍ଧା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଚାକିରି କରୁଥିଲେ । ସେଥିଲାଗି ପ୍ରଜ୍ଞାସିନୀ ଓ ଖଗେଶ୍ୱର ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଗବସାହିରେ ଭଡ଼ା ଘରେ ରହୁଥିଲେ । ପ୍ରଜ୍ଞାସିନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତାଙ୍କ ସ୍ୱାମୀ ଖଗେଶ୍ୱର ପରିଚାଳନା କରୁଥିବା ବେଳେ ଝିଅର ଯିବା ଆସିବା ଖର୍ଚ୍ଚ ବାବଦକୁ କେବଳ ୨ହଜାର ଟଙ୍କା ମାସିକ ଦେଉଥିଲେ । ଗତ ୩/୪ ମାସ ତଳେ ଏକ ଜମି କିଣିବା ପାଇଁ ଝିଅକୁ ୧୦ଲକ୍ଷ ଟଙ୍କା ଦାବି କରିଥିଲେ । ଝିଅର ଆକାଉଣ୍ଟରୁ ଥରେ ୨ଲକ୍ଷ ଓ ଆଉଥରେ ୩ଲକ୍ଷ ଉଠାଣକରି ଜମି କିଣିଥିବା ବେଳେ ଆଉ ବାକି ୫ ଲକ୍ଷ ପାଇଁ ପ୍ରଜ୍ଞାସିନୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ ।

ଏହି କଥାକୁ ନେଇ ନିୟମିତ ଝଗଡ଼ା ଲାଗୁଥିବା ସୁଧାରଞ୍ଜନ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ୧୦ତାରିଖରେ ପ୍ରଜ୍ଞାସିନୀ ଗାଧୁଆ ଘରେ ପଡ଼ିଯାଇ ଭଦ୍ରକ ମେଡ଼ିକାଲରେ ଥିବା ସାନଝିଅଠାରୁ ଫୋନ ପାଇ ସୁଧାରଞ୍ଜନ ମେଡିକାଲରେ ମୃତ ଅବସ୍ଥାରେ ଝିଅକୁ ପାଇଥିଲେ । ପ୍ରଜ୍ଞାସିନୀ ଗର୍ଭବତୀ ଥିଲେ । ପ୍ରଜ୍ଞାସିନୀଙ୍କ ମୃତ୍ୟୁ ପାଇଁ ତାଙ୍କ ଶାଶୁଘର ଲୋକ ଦାୟୀ ବୋଲି ଅଭିଯୋଗ କରାଯିବା ଓ ଅଭିଯୋଗ ପରେ ପୁଲିସ କେବଳ ମାମଲା ରୁଜୁ କରି ଆଉ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଏପରିକି ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରୁ ଛାଡି ଦେବା ଘଟଣାର ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ସୁଧାରଞ୍ଜନ ଦାବି କରି ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking