17.1 C
Bhubaneswar
Friday, January 10, 2025
Homeଓଡିଶାପାଣି ପାଇଁ ଡହଳବିକଳ ଝାଡ଼ଲିଙ୍ଗବାସୀ

ପାଣି ପାଇଁ ଡହଳବିକଳ ଝାଡ଼ଲିଙ୍ଗବାସୀ

ଅସ୍ତରଙ୍ଗ : ଅସ୍ତରଙ୍ଗରେ କେବେ ସୁଧିରିବ ପାନୀୟ ଜଳ ସମସ୍ୟା । ଏ କଥା ଆଜି ସମୁଦ୍ର କୂଳିଆ ତଥା ଲୁଣା ଅଞ୍ଚଳବାସୀଙ୍କ ପ୍ରଶ୍ନ । ୨୦ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ତଥାପି ପିଇବା ପାଣିର ସମସ୍ୟା ସୁଧୁରିନି । ଶାସନ ଓ ପ୍ରଶାସନକୁ ଖରାଦିନେ କାଠଗଡ଼ାରେ ଛିଡ଼ା କରିଛି ପିଇବା ପାଣିର ସମସ୍ୟା । ପାଣି ମୁନ୍ଦାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ଏବେ ଖରାଦିନ ଯୋଗୁ ଗତ ୧୮ ତାରିଖରୁ ବ୍ଲକ୍ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନକୁ ଟ୍ୟାଙ୍କ୍‌ରରେ ଦୁଇବେଳା ୩ହଜାର ଲିଟର ଲେଖାଏଁ ମଧୁର ପାଣି ଯୋଗାଇ ଦିଆଯାଉଛି । ଏଠି ଗୋଟିଏ ପଞ୍ଚାୟତର ସମସ୍ୟା ଦେଖିବାକୁ ଗଲେ ବଡ଼ ଝାଡ଼ଲିଙ୍ଗରେ ୨ଟ୍ରିପ୍‌, ସାନ ଝାଡ଼ଲିଙ୍ଗରେ ୨ ଟ୍ରିପ୍ ଯୋଗାଇବା ଜାରି ରହିଛି । କିନ୍ତୁ ସେ ସମୁଦ୍ରକୁ ଶଙ୍ଖେ ଭଳି ଲୋକଙ୍କୁ ଅଭାବ ଦେଖିବାକୁ ମିଳିଛି ।

ଟ୍ୟାଙ୍କ୍‌ର ଯିବାମାତ୍ରେ ଲୋକେ ହାଣ୍ଡିମାଠିଆ ଧରି ଛିଡ଼ା ହେବା ଓ ପାଣି ନମିଳିବାରୁ ଉତ୍ତେଜନା ସୃଷ୍ଟିହେବା ନଜିର ରହିଛି । ପ୍ରବଳ ହୋ ହାଲ୍ଲାରେ ଭିତରେ କାହାକୁ ମିଳୁଛି ତ କାହାକୁ ନାହିଁ । ଟ୍ରାକ୍ଟରରେ ପାଣି ଟ୍ରିପ୍ ପିଛା ୮୪୦ ଓ ୧୦୭ ଟାଟା ଏସି ଗାଡ଼ି ପିଛା ୪୦୦ ଟଙ୍କା ଖର୍ଚ୍ଚ ହେଉଛି । ଟ୍ୟାଙ୍କ୍‌ର ଯୋଗେ ଜଳ ଯୋଗାଣ ବେଳେ ପିଇବା ପାଣି ମୁନ୍ଦାଏ ନେବାକୁ ଝାଡ଼ଲିଙ୍ଗ ପଞ୍ଚାୟତର ବସ୍ତି ଭଳି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଯେଉଁଭଳି ହୋ-ହାଲ୍ଲା ହେଉଛି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । କେବଳ ଝାଡ଼ଲିଙ୍ଗ ପଞ୍ଚାୟତରେ ପାଣି ସମସ୍ୟା ନୁହେଁ ବରଂ ଛୁରିଆନା, ନଗର, ଆଳସାହି, ଶିଶୁଅ ପଞ୍ଚାୟତର ଅଧିକାଂଶ ସ୍ଥାନରେ ଏବେବି ସୁଧା ଅବସ୍ଥା ଜଳ ସମସ୍ୟା ସୁଧିରି ନାହିଁ ।  ପାଇପ୍ ଯୋଗେ ଜଳ ଯୋଗାଣ ବହୁ ସ୍ଥାନରେ ପହଞ୍ôଚ ପାରୁନି ।

ବିଭିନ୍ନ ସ୍ଥାନରେ ରାସ୍ତାକାମ ଯୋଗୁ ପାଇପ୍ ଫାଟି ପାଣି ଭାସିବା, ବିଭିନ୍ନ ସ୍ଥାନରେ ଅନିୟମିତତା ସଂଯୋଗ ବାଟରେ ପାଣିର ଅପଚୟ ହେବାରୁ ବହୁ ସମୟରେ ସଠିକ୍ ସ୍ଥାନରେ ପାଣି ପହଞ୍ôଚବାକୁ ସ୍ଥାନୀୟ ଜଳ ପରିମଳ ବିଭାଗ ନାକେଦମ ହେଉଛି । ଖରାଦିନେ ୫ଟି ପଞ୍ଚାୟତକୁ ପାଣି ଯୋଗାଇବାରେ ବିଗତ କିଛି ବର୍ଷ ହେବ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବାରେ ଲାଗିଛି । ତଥାପି ଅନିଶ୍ଚିତତା ଘେରରେ ପାଣି ସମସ୍ୟା ରହିଛି । ଅନ୍ୟପକ୍ଷ ଗତବର୍ଷ ରତନପୁରଠାରେ ହୋଇଥିବା କୋଭିଡ୍ କେୟାର ସେଣ୍ଟର, ବିଭିନ୍ନ ସ୍ଥାନରେ ଥିବା ଟିଏମ୍‌ସି ସେଣ୍ଟର ଗୁଡ଼ିକୁ ପାଣି ଯୋଗାଇ ଥିବା ବେଳେ ଅଦ୍ୟାବଧି କେତେକ ଗାଡ଼ି ମାଲିକ ଭଡ଼ା ଅର୍ଥ ପାଇନଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking