36.1 C
Bhubaneswar
Sunday, May 19, 2024
Homeଓଡିଶାପାଣିମୁନ୍ଦେ ପାଇଁ ଡହଳବିକଳ ବସ୍ତିବାସିନ୍ଦା

ପାଣିମୁନ୍ଦେ ପାଇଁ ଡହଳବିକଳ ବସ୍ତିବାସିନ୍ଦା

ଭୁବନ: ସମସ୍ତଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବାବେଳେ ଅନେକ ସ୍ଥାନରେ ଲୋକେ ଏହାର ସୁବିଧା ପାଇପାରୁନାହାନ୍ତି । ବିଭିନ୍ନ ସ୍ଥାନରେ ବର୍ଷକ ବାର ମାସ ପାନୀୟଜଳ ସମସ୍ୟା ଲାଗିରହୁଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବସ୍ତି ଅଞ୍ଚଳରେ । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ହେଉଥିଲେ ମଧ୍ୟ ସହରରେ ଜଳ ସଙ୍କଟ ଦୂର ହୋଇପାରୁନି । ପ୍ରଚଣ୍ଡ ଖରାରେ ଲୋକେ ଛଟପଟ ହେଉଛନ୍ତି ।

କ୍ରମାଗତଭାବେ ଭୁବନ ପୃଷ୍ଟି ପାଟଣା, ସାହୁଘର ପାଟଣା, ଗୋପାଳପୁର ପାଟଣା, ନୂଆଭୁବନ, ଗୋଡ଼ିପାଟଣା, ତକ୍ଷସିଳା ନିକଟ ଲକ୍ଷ୍ମୀନାରାୟଣ ବସ୍ତି ରେ ବର୍ଷକ ବାରମାସ ଜଳସଙ୍କଟ ଲଗିରହିଛି । ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ୧୫ଟି ୱାର୍ଡରେ ୧୨୧ ନଳକୂପ, ୯୮ ଷ୍ଟାଣ୍ଡପୋଷ୍ଟ ସମତେ ଖୋଲା କୂଅ ରହିଛି । ପାଣି ପାଇଁ ଅଧିକାଂଶ ସମୟ ଗଣ୍ଡଗୋଳ ହେଉଛି । ଏପରିକି ୩ ଦିନ ତଳେ ଯୋଗାଣ ବିଭାଗ କର୍ମଚାରୀ ପାଣି କମ ସମୟ ଦେଇଥିବାରୁ ଲୋକେ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ଘଟଣାସ୍ଥଳରେ ଭୁବନ ଥାନା କର୍ମଚାରୀ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା । ସହରରେ ଆବଶ୍ୟକତାଠାରୁ ଅଧିକ ଜଳ ଯୋଗାଣ କରାଯାଉଛି ବୋଲି ଜଳସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଉଛି । ପ୍ରତିଦିନ ୩.୦୧ ନିୟୁତ ଲିଟର ଜଳ ଆବଶ୍ୟକ ଥିବାବେଳେ ୨.୯ ନିୟୁତ ଲିଟର ବୋରୱେଲରୁ ଯୋଗାଣ କରାଯାଉଛି । ୦.୨ ଟ୍ୟାଙ୍କର ମାଧ୍ୟମରେ ଦିଆଯାଉଛି । ଅଧିକାଂଶ ସମୟରେ ବିଦ୍ୟୁତ୍‌୍‌କାଟ ହେଉଥିବାରୁ ପାଣି ଠିକ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା କୁହନ୍ତି ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଣୀ ସୋନାଲୀ ନାଏକ । ଆବଶ୍ୟକତାଠାରୁ ଦେଢ଼ଗୁଣ ଅଧିକ ଜଳଯୋଗାଣ କରାଯାଉଛି ବୋଲି ବିଭାଗୀୟ ଅଧିକାରୀ ଦାବି କରୁଥିବାବେଳେ ବସ୍ତିବାସିନ୍ଦାଙ୍କ ପାଖରେ ପାନୀୟଜଳ ପହଞ୍ଚି ପାରୁନାହିଁ କିପରି । ଏଣୁ ସ୍ୱାଭାବିକଭାବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସୂଚନାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking