21.1 C
Bhubaneswar
Thursday, January 23, 2025
Homeଓଡିଶାପାଣି ପାଇଁ ଡହଳବିକଳ ପାଟଧରାବାସୀ

ପାଣି ପାଇଁ ଡହଳବିକଳ ପାଟଧରାବାସୀ

ନୂଆପଡ଼ା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ୍ ଭଇଁସାଦାନି ପଞ୍ଚାୟତରେ ପାଟଧାର ଗାଁରେ ବର୍ଷବର୍ଷ ଧରି ଧରି ବିଭିନ୍ନ ସମସ୍ୟା ଲାଗି ରହିଛି । ବିଶେଷ କରି ପଡାବାସୀ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଭଳି ପାଠଧରା ଗାଁ ସମୁଦ୍ର ପତନ ଠାରୁ ୫ହଜାର ଫୁଟ୍ ଅଞ୍ଚଳରେ ପ୍ରାୟ ୪୦୦୦ ଆଦିବାସୀ ଲୋକ ବାସ କରନ୍ତି । ତାଙ୍କର ମୁଖ୍ୟ ଜୀବନ ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟ ଯଥା ମହୁଲ,ହରଡା, ବାହାଡା ଚାଂହାର ଓ କିଛି ମାତ୍ରାରେ ଧାନ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରନ୍ତି । ଏଠିକାର ସମସ୍ୟା କହିଲେ ନ ସରେ ପଡାବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ତ ହେଇଛନ୍ତି ହେଲେ ଖରାଦିନରେ ପିଇବା ପାଣି ବୁନ୍ଦେ ପାଇଁ ମିଳୁନଥିବା ବେଳେ ୨ କିମି ଅତିକ୍ରମ କରି ପିଇବା ପାଇଁ ଝରଣା ପାଣି କୁ ଉପଯୋଗ କରୁଛନ୍ତି । ଏଭଳି ଗାଁ ରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସରକାର ଙ୍କ ଯୋଜନାରୁ ପଡାବାସୀ ବହୁତ ଦୂରରେ । ପାଠଧରା ଗାଁରେ ମୁଖ୍ୟତଃ ବିଜୁଳିର ସୁବିଧା ନାହିଁ ।

ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାଠଧାରା ପାଇଁ ଏହା ସାତସପାନ ହୋଇ ପଡ଼ିଛି। ଯାହା କିଛି ସରକାରୀ ଅନୁଦାନ ଆସୁଛି ତାହା ମଧ୍ୟ ବାଟମାରଣା ହେଉଛି । ତଦାରଖ କରିବା ପାଇଁ କୌଣସି ବ୍ଲକ୍ ପ୍ରଶାସନ ଆସନ୍ତି ନାହିଁ ବୋଲି ନିରୀହ ଆଦିବାସୀ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଅଞ୍ଚଳରେ ଅର୍ଥକାରୀ ମହୁଲ ଫୁଲ ୪୫ ଟଙ୍କା କିଲୋ ପ୍ରତି ସରକାରୀ ଦର ରହିଥିବା ବେଳେ ଅଞ୍ଚଳର ଦଲାଲମାନେ ମହୁଲଫୁଲ ଗୋଟାଳୀଙ୍କ ଠାରୁ ୩୦ ଟଙ୍କା ପ୍ରତି କିଲୋ କିଣୁଛନ୍ତି । ଏଭଳି ଗ୍ରାମରେ ବିଜୁଳି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୌର ଶକ୍ତି ମାଧ୍ୟମରେ ପ୍ରତ୍ୟେକ ଘରକୁ ବିଜୁଳି ଯୋଗାଇ ଦିଆଯାଇଛି ତାହମଧ୍ୟ ଅଚଳ ଅବସ୍ଥାରେ ପଡ଼ିରହିଛି । ବିଜୁଳି ଜଳି ପାରୁନାହିଁ ।

ଅନେକ ଥର ପଡାବାସୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏନେଇ ବୋଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଭୋଇଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଅଭିଯୋଗ ଆସିନାହିଁ , ତଥାପି ମୁଁ ତଦାରଖ କରିବି ତାପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ଅଞ୍ଚଳରେ ଅନେକ ସମସ୍ୟା ଅଛି ବୋଲ ଖବର ପାଇ ସାହାଯ୍ୟ ସେନାର ଆବାହକ ବେଣୁଧର ଜଗତ ଓ ସଂପୃକ୍ତ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ଚେତବନୀ ଦେଇଛନ୍ତି ଯେ , ଆଗାମୀ ଦିନରେ ପାଠଧରା ଗ୍ରାମର ବିଭିନ୍ନ ସମସ୍ୟା ସମାଧାନ ନେହେଲ ବୋଡେନ ବ୍ଲକ୍ କାର୍ଯ୍ୟାଳୟକୁ ଘେରାଉ କରିବେ । ବୋଡ଼େନ ବ୍ଲକ ସାମ୍ବାଦିକ ସଂଘର ସଂପାଦକ ଭାଗ୍ୟବାନ ମାଝୀ,ଉପେନ୍ଦ୍ର ବାଗ, ଭୁବନେଶ୍ୱର ପାଣ୍ଡେ, ଚନ୍ଦ୍ର ପଟେଲ ଓ ସର୍ବେଶ୍ୱର ମାଝୀ ପ୍ରମୁଖ ଏହି ଅଞ୍ଚଳକୁ ଗସ୍ତ କରିଥିବାବେଳେ ପାଠଧରା ଗାଁ ସମସ୍ୟାକୁ ସମାଧାନ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking