ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘରୋଇ ବସ୍ ମାଲିକ ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଜାନୁୟାରୀ ୧୬ ସୁଦ୍ଧା ୮ ଦଫା ଦାବି ପୂରଣ କରିବାକୁ ଚେତାବନୀ ଦେଇଛନ୍ତି ବସ୍ ମାଲିକ ସଂଘ । ତେବେ ଜାନୁୟାରୀ ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ବସ୍ ଚଳାଚଳ ବନ୍ଦ ହେବ ବୋଲି ସଂଘ ଚେତାବନୀ ଦେଇଛି । ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଘରୋଇ ବଲ ମାଲିକ ସଂଘ ସମ୍ପାଦକ ଏ ନେଇ ସୂଚନା ଦେଇଛନ୍ତି । ସ୍କ୍ରାପ ପଲିସି ଉଚ୍ଛେଦ ସହ ୮ ଦଫା ଦାବି କରିଛି ଗରୋଇ ମାଲିକ ସଂଘ ।