32.1 C
Bhubaneswar
Friday, October 18, 2024
Homeଖେଳୱାର୍ଣ୍ଣର୍‌ଙ୍କ ଚାମ୍ପିଅନ୍ସ ଟ୍ରଫି ଖେଳିବା ଅଫର୍ ଅଗ୍ରାହ୍ୟ

ୱାର୍ଣ୍ଣର୍‌ଙ୍କ ଚାମ୍ପିଅନ୍ସ ଟ୍ରଫି ଖେଳିବା ଅଫର୍ ଅଗ୍ରାହ୍ୟ

ସିଡ୍‌ନୀ: ପାକିସ୍ତାନରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟଫି ୨୦୨୫ ପାଇଁ ଅଷ୍ଟ୍ରେଲିଆ ଟିମ୍‌ରେ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ନାମ ବିଚାରକୁ ନିଆଯିବ ନାହିଁ । ୱାର୍ଣ୍ଣର ସୋସିଆଲ୍ ମିଡିଆ ପୋଷ୍ଟ୍‌ରେ କହିଥିଲେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ସତ୍ତ୍ୱେ ଯଦି କ୍ରିକେଟ୍ ଅଷ୍ଟ୍ରେଲିଆ ଚାହିଁବ ସେ ଆଗାମୀ ଦିନିକିଆ ଚାମ୍ପିଅନ୍ସ ଟ୍ରଫି ଖେଳିପାରନ୍ତି । ମାତ୍ର ଅଷ୍ଟ୍ରେଲିଆର ଜାତୀୟ ଚୟନକର୍ତ୍ତା ଜର୍ଜ ବେଲୀ କହିଛନ୍ତି, ଆମେ ଜାଣିବାରେ ଡେଭିଡ୍ ୱାର୍ଣ୍ଣର୍ ସନ୍ନ୍ୟାସ ନେଇସାରିଛନ୍ତି । ତିନିଟି ଯାକ ଫର୍ମାଟ୍‌ରେ ତାଙ୍କର ଯେପରି ପ୍ରଦର୍ଶନ ରହିଛି ତାକୁ ପ୍ରଶଂସା କରାଯିବା ଉଚିତ । ଆମ ରଣନୀତି ଅନୁସାରେ ସେ ପାକିସ୍ତାନରେ ଟିମ୍ ସହିତ ରହିବେ ନାହିଁ ବୋଲି ବେଲୀ କହିଛନ୍ତି । ୱାର୍ଣ୍ଣର୍‌ଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଜର୍ଜ ବେଲୀ କହିଛନ୍ତି, ସେ କେତେବେଳେ ମଜା କରିବେ ଆପଣମାନେ ଜାଣିପାରିବେ ନାହିଁ । ତାଙ୍କ କ୍ୟାରିୟର୍ ଚମତ୍କାର ରହିଛି । ଏହା ଉତ୍ସବ ପାଳିବା ମଧ୍ୟ କଷ୍ଟକର । ସମୟ ବିତିବା ସହିତ ଆମେ ଅଷ୍ଟ୍ରେଲୀୟ କ୍ରିକେଟ୍‌ରେ ତାଙ୍କ ଯୋଗଦାନକୁ ସ୍ମରଣ କରୁଥିବୁ । ୱାର୍ଣ୍ଣର୍ ଟି-୨୦ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ । ସେହିପରି ଚଳିତ ବର୍ଷ ଜାନୁଆରୀରେ ସେ କହିଥିଲେ ଯେ ଗତବର୍ଷ ଦିନିକିଆ ବିଶ୍ୱକପ୍ ଜିତିବା ସହ ଏହି ଫର୍ମାଟ୍‌ରେ ତାଙ୍କ କ୍ୟାରିୟର୍ ସମାପ୍ତ ହୋଇଯାଇଛି । ୱାର୍ଣ୍ଣର ପୂର୍ବରୁ ହିଁ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିସାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking