37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

ନୂଆଦିଲ୍ଲୀ : ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ନେତା ଓ ଭୋଟର ଯେଉଁ ତାରିଖକୁ ଦୀର୍ଘଦିନ ହେଲା ଅପେକ୍ଷା କରି ବସିଥିଲେ ତାହା ଏବେ ସାମନାକୁ ଆସିଛି । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନ ପାଇଁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୧୯, ଏପ୍ରିଲ୍ ୨୬, ମେ’ ୭, ମେ’୧୩, ମେ’୨୦, ମେ’ ୨୫ ଏବଂ ଜୁନ୍ ୧ରେ ରାଜ୍ୟରେ ଭୋଟିଂ କରାଯିବ। ଏହା ସହିତ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ ବୋଲ ନିର୍ବାଚନ କମିସନ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩ ଟି ଲୋକସଭା ଆସନ ପାଇଁ ମତଦାନ କରାଯିବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୩, ତୃତୀୟ ପର୍ଯ୍ୟାୟରେ ୪, ଚତୁର୍ଥ ପର୍ଯ୍ୟାୟରେ ୮, ପଞ୍ଚମ ପର୍ଯ୍ୟାୟରେ ୭, ଷଷ୍ଠ ପର୍ଯ୍ୟାୟରେ ୮ ଏବଂ ସପ୍ତମ ପର୍ଯ୍ୟାୟରେ ୯ ଆସନରେ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିସନ ଘୋଷଣା କରିଛନ୍ତି।
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟରେ ୧୮ ଲୋକସଭା ଆସନ ହା‌ତେଇଥିବାବେଳେ ଟିଏମସି ୨୨ ଆସନରେ ବିଜୟୀ ହୋଇଥିଲା। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking