28.1 C
Bhubaneswar
Wednesday, May 28, 2025
Homeଦେଶ ବିଦେଶତ୍ରିପୁରାରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କୁ ଭୋଟ୍‌-ଫ୍ରମ୍‌-ହୋମ୍ ସୁବିଧା

ତ୍ରିପୁରାରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କୁ ଭୋଟ୍‌-ଫ୍ରମ୍‌-ହୋମ୍ ସୁବିଧା

ଅଗରତାଲା : ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା ବିଧାନସଭା ପାଇଁ ଫେବୃଆରୀ ୧୬ରେ ଭୋଟଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି । ତେବେ ଏହି ନିର୍ବାଚନ ପାଇଁ ବରିଷ୍ଠ ନାଗରିକ (୮୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ) ଏବଂ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ‘ଭୋଟ୍ ଫ୍ରମ୍ ହୋମ୍‌’ ସୁବିଧା ଉପଲବ୍ଧ କରାଯିବ ବୋଲି ତ୍ରିପୁରା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୂଚନା ଦେଇଛନ୍ତି । ଫଳରେ ଏହି ବର୍ଗର ଭୋଟରମାନଙ୍କୁ ପରିଶ୍ରମ କରି ବୁଥ୍ ପର୍ଯ୍ୟନ୍ତ ଯିବାକୁ ପଡିବ ନାହିଁ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅର୍ଦ୍ଧସାମରିକ ବାହିନୀ ଯବାନ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଏବଂ ନାଇଟ୍ ପାଟ୍ରୋଲିଂ ଆରମ୍ଭ କରିଥିବା ଜଣାପଡିଛି । ତ୍ରିପୁରା ପୁଲିସ ପକ୍ଷରୁ ୧୬ଟି ସୀମାବର୍ତ୍ତୀ ଅଞ୍ଚଳରେ ଅସ୍ଥାୟୀ ଚେକ୍‌ପୋଷ୍ଟ ନିର୍ମାଣ କରାଯାଇଛି । ନିର୍ବାଚନ ପାଇଁ ଆସୁଥିବା ଟଙ୍କା, ମଦ, ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିବା ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ସିଇଓ କହିଛନ୍ତି । ତ୍ରିପୁରା ବ୍ୟତୀତ ମେଘାଳୟ ଓ ନାଗାଲାଣ୍ଡରେ ଫେବୃଆରୀ ୨୭ରେ ବିଧାନସଭା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking