31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶରୁଷ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ; ୨୦ କିମି ଉଚ୍ଚକୁ ଉଠିଲା ଧୂଆଁ, ୪୦୦ କିମି ବ୍ୟାପିଲା ପାଉଁଶ

ରୁଷ୍‌ରେ ଆଗ୍ନେୟଗିରି ଉଦ୍‌ଗୀରଣ; ୨୦ କିମି ଉଚ୍ଚକୁ ଉଠିଲା ଧୂଆଁ, ୪୦୦ କିମି ବ୍ୟାପିଲା ପାଉଁଶ

ମସ୍କୋ : ରୁଷର ସବୁଠୁ ସକ୍ରିୟ ଆଗ୍ନେୟଗିରିରେ ଦୀର୍ଘ ୧୬ ବର୍ଷ ପରେ ମଙ୍ଗଳବାର ଉଦ୍‌ଗୀରଣ ହୋଇଛି । ଶିଭେଲ୍‌ଚୁ ନାମକ ଏହି ଆଗ୍ନେୟଗିରି ଉଦ୍‌ଗୀରଣ ପରେ ଏଥିରୁ ବାହାରିଥିବା ଧୂଆଁ ୨୦ କିମି ଉଚ୍ଚ ପର୍ଯ୍ୟନ୍ତ ବ୍ୟାପିଥିଲା । ଫଳରେ ଦେଶର କାମାଚ୍‌କା ପେନିନ୍‌ସୁଲାରେ ବହୁ ସମୟ ପର୍ଯ୍ୟନ୍ତ ଏୟାର୍ ଟ୍ରାଫିକ୍ ବନ୍ଦ ରଖିବାକୁ ପଡ଼ିଥିଲା । ରୟଟର୍ସ ରିପୋର୍ଟ ଅନୁସରେ ଆଗ୍ନେରଗିରିରୁ ବାହାରିଥିବା ପାଉଁଶ ପଶ୍ଚିମରେ ୪୦୦ କିମି ଏବଂ ଦକ୍ଷିଣ ୨୭୦ କିମି ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ସେହିପରି ଏଥିରୁ ବାହାରିଥିବା ଧୂଆଁ ୧ଲକ୍ଷ ୮ ହଜାର ବର୍ଗ କିମି ପର୍ଯ୍ୟନ୍ତ ବ୍ୟାପିଛି ।

ଆଗ୍ନେୟଗିରି ଉଦ୍‌ଗୀରଣର କେତେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାର ପ୍ରଭବରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ପ୍ରଶାସନ ୬ ହଜାର କିମି ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ସ୍କୁଲ ବନ୍ଦ କରିଦେଇଛି । ଲୋକମାନଙ୍କୁ ଘର ଭିତରେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରଶିଆନ୍ ଏକାଡେମୀ ଅଫ୍ ସାଇନ୍ସର ରିପୋର୍ଟ ଅନୁସାରେ ଏହି ଆଗ୍ନେୟଗିରିରେ ଗତ ୧୦ ହଜାର ବର୍ଷରେ କେବଳ ୬୦ ଥର ଉଦ୍‌ଗୀରଣ ହୋଇଛି । ଆଗ୍ନେୟଗିରି ଉଦ୍‌ଗୀରଣ ଫଳରେ ଆଖପାଖ ଅଞ୍ଚଳରେ ୮.୫ ଇଞ୍ଚର ପାଉଁଶ ପରସ୍ତ ଜମିଯାଇଛି । ମଙ୍ଗଳବାର ପୂର୍ବରୁ ୨୮୦୦ ମିଟର ଉଚ୍ଚତାରେ ଥିବା ଏହି ଆଗ୍ନେୟଗିରି ୨୦୦୭ରେ ଉଦ୍‌ଗୀରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking