ହାଇଦ୍ରାବାଦ : ଦର୍ଶକବନ୍ଧୁ ଆମର ଦୈନନ୍ଦିନ ଜୀବନରେ ସୋସିଆଲ ମିଡ଼ିଆ ଏକ ନିୟମିତ ଅଭ୍ୟାସ ହେଇଗଲାଣି। ଏହି ପ୍ଲାଟଫର୍ମ ଯୁବପିଢ଼ି ଠୁ ଆରମ୍ଭ କରି ବୃଦ୍ଧ ସମସ୍ତଙ୍କୁ ମନୋରଞ୍ଜନ କରିବା ସହିତ ବହୁତ କିଛି ଶିକ୍ଷାଣିୟ ତଥ୍ୟ ମଧ୍ୟ ଦେଇଥାଏ। ତେବେ ଆପଣ ଜାଣିଥିବେ ବେଳେବେଳେ କିଛି ଭାଇରାଲ ଭିଡିଓ କୁ ନେଇ ସବୁଠି ଟ୍ରେଣ୍ଡ ଚାଲିଥାଏ । ଆପଣ ଜାଣିଥିବେ ନିକଟ ଅତୀତରେ ରାନୁ ମଣ୍ଡଳ ହୁଅନ୍ତୁ କି ବଚପନ କା ପ୍ୟାର ସିଙ୍ଗର ସହଦେବ ଦିର୍ଦୋଠୁ ଆରମ୍ଭ କରି ବାବା କା ଢାବା ଭଳି ସେନ୍ସେସନଙ୍କ ଆଉ ଏବେ ମିଡ଼ିଆ ବଦଳାଇଲା ବେଲୁନ ବିକାଳୀଙ୍କ ଭାଗ୍ୟ । ରାସ୍ତାକଡରେ ବିକୁଥିବା ବେଲୁନ ଵାଲା ଏବେ ପାଲଟିଛନ୍ତି ବ୍ୟୁଟି ସେନ୍ସେସନ । ତାଲିକାରେ ଯୋଡ଼ି ହୋଇଛନ୍ତି କେରଳର ଟିନ୍ ଗର୍ଲ କିସବୁ ।
ଏଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ । ଏ ବା ହେଉଛି ୨୦୨୨ ମସିହା । ଏହି ସମୟରେ ସବୁଠୁ ଶକ୍ତିଶାଳୀ ହେଉଛି ସୋସିଆଲ ମିଡ଼ିଆ । ଏହି ପ୍ଲାର୍ଟଫର୍ମ ବିନା କୌଣସି ପ୍ରତିବନ୍ଧକରେ ଯଦି ପ୍ରତିଭା ଥାଏ,ତାହେଲେ ଆପଣ ବି ଵାଣିପାରିବେ ରାତାରାତି ଷ୍ଟାର । ହଁ ଅଜ୍ଞା,ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କର ଭାଗ୍ୟର ତାଲା ଖୋଲିପାରେ ।
କିସବୁ ଜଣେ ବେଲୁନ ବିକାଳୀ ଥିଲେ । ଆଉ ଏବେ ତାଙ୍କର ମେକଓଭର ପରେ ଏବେ ତାଙ୍କୁ ନେଇ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚା ହେଉଛି । ଭାଇରାଲ ହେଉଛି ତାଙ୍କ ନୂ୍ଆ ଅନ୍ଦାଜର ଫଟୋ । ଦିନେ ଫଟୋଗ୍ରାଫର ଅର୍ଜୁନ କ୍ରୀଷ୍ଣନ କିସବୁଙ୍କୁ କେରଳର ଏକ ମନ୍ଦିର ନିକଟରେ ଦେଖିଥିଲେ । ତାଙ୍କ ନଜର ଯେତେବେଳେ ଏହି ବେଲୁନ ବିକାଳୀଙ୍କ ଉପରେ ପ୍ରଥମେ ପଡ଼ିଥିଲା । ଆଉ ଏକ କ୍ବିକ ସଟ୍ ନେଇଥିଲେ ସେ । ଏହି ଫଟୋକୁ ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ନେଟିଜେନ୍ସ ଏଥିରେ ବହୁଳ ମାତ୍ରାରେ ପ୍ରତିକ୍ରିୟା ରଖିଥିଲେ । ଏହାପରେ ଫଟୋଗ୍ରାଫର ଅର୍ଜୁନଙ୍କୁ କିସବୁଙ୍କ ମେକଓଭର କରିବାକୁ ପ୍ରେରଣା ଯୋଗାଇଥିଲା ।
କିସବୁଙ୍କ ଟ୍ରାନ୍ସଫରମେସନ ପରେ ଇଣ୍ଟରେନଟରେ ଏହି ଫଟୋ ଖୁବ ଭାଇରାଲ ହେଉଛି । ଅର୍ଜୁନ ଫଟୋ ସେୟାର କରିବା ପରେ କମେଣ୍ଟ ସେକ୍ସନ ପରିପୂର୍ଣ୍ଣ ହୋଇଥିଲା । ତେବେ ସୂଚନା ଥାଉ କି କିସବୁ ରାଜସ୍ଥାନୀ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ସେ କେରଳର ରାସ୍ତାକଡ଼ରେ ବେଲୁନ ବିକୁଥିଲେ । ଏବେ କିସବୁଙ୍କ ଫଟୋ ଉଠାଇବାରେ ଫଟୋଗ୍ରାଫରଙ୍କ ଲାଗିଛି ଲମ୍ବା ଲାଇନ । ସେ ଏଯାବତ ଅନେକ ଗୁଡ଼ିଏ ଫଟୋସୁଟ କରିସାରିଥିବା ଜଣାପଡ଼ିଛି ।