17.1 C
Bhubaneswar
Saturday, January 4, 2025
Homeଓଡିଶାଇ-ନାମଲେଖା ନିୟମର ଉଲ୍ଲଙ୍ଘନ

ଇ-ନାମଲେଖା ନିୟମର ଉଲ୍ଲଙ୍ଘନ

ଭୁବନେଶ୍ୱର: ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଇ-ନାମଲେଖା ବାଧ୍ୟତାମୂଳକ ରହିଛି । ତେବେ ବହୁ ଶିକ୍ଷାନୁଷ୍ଠାନ ଏହି ନିୟମର ଉଲ୍ଲଙ୍ଘନ କରୁଥିବା ଦେଖାଯାଇଛି । ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ନାମଲେଖା ନିୟମ ନ ମାନି ସିଧାସଳଖ ଛାତ୍ରୀଛାତ୍ରଙ୍କ ନାମଲେଖା ଶେଷକରିଛନ୍ତି । ଯାହା ଛାତ୍ରୀଛାତ୍ରଙ୍କ କ୍ୟାରିୟରକୁ ପ୍ରଭାବିତ କରିବ ବାଲି ଉଚ୍ଚଶିକ୍ଷା ବିଭାଗ ଆଶଙ୍କା କରିଛି ଏବଂ ସେହି ଶିକ୍ଷାନୁଷ୍ଠନାଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରିକରାଯାଇଛି । ପୂର୍ବରୁ ୧୯ଟି ଡିଗ୍ରୀ କଲେଜକୁ ଏହି ନିୟମ ଖିଲାପ କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ଏବେ ଆଉ ୬ଟି ଉଚ୍ଚଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ଜଣାପଡ଼ିଛି । ଏହାକୁ ମିଶାଇ ମୋଟ୍ ୨୫ଟି ଉଚ୍ଚଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହେଲାଣି । ଏଥିମଧ୍ୟରେ ୨ ବିଶ୍ୱବିଦ୍ୟାଳୟ, ୨୩ ଡିଗ୍ରୀ କଲେଜ ରହିଛି ।
୨୦୨୨-୨୩ ଶିକ୍ଷାବର୍ଷରେ ପିଜି ନାମଲେଖାରେ ନିୟମ ଉଲ୍ଲଙ୍ଘନ ହୋଇଛି । ୨ଟି ବିଶ୍ୱବିଦ୍ୟାଳୟ ଏବଂ ୪ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ଇ-ନାମଲେଖା ନିୟମ ନ ମାନି ଶିକ୍ଷାନୁଷ୍ଠାନରେ ପିଲାଙ୍କ ନାମ ଲେଖାଇଛନ୍ତି । ଖଲ୍ଲିକୋଟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମେତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳକୁ ସାମ୍ସ ନିୟମ ଉଲ୍ଲଙ୍ଘନ କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏହି ନୋଟିସ ଜାରି ହୋଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଗତ ୭ ତାରିଖରେ ୧୯ ଡିଗ୍ରୀ କଲେଜକୁ ନିୟମ ମାନି ନ ଥିବାରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ସାମ୍ସ ନିୟମ ଉଲ୍ଲଂଘନ କରିଥିବାରୁ ସମ୍ପୃକ୍ତ କଲେଜଗୁଡ଼ିକର ନାମଲେଖା ଟିମ୍‌ଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ତାର ଜବାବ ଦେବାକୁ କୁହାଯାଇଛି । ଇ-ଆଡ୍‌ମିିଶନ ନିୟମ ଭଙ୍ଗ କରାଯାଇ ନାମଲେଖା ଯାଇଥିବା ଯୋଗୁ ଛାତ୍ରୀଛାତ୍ରଙ୍କ କ୍ୟାରିୟର ନଷ୍ଟ ହୋଇପାରେ । ସୂଚନାଯୋଗ୍ୟ, ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ଛାତ୍ରୀଛାତ୍ରୀ ସାମ୍ସ ମାଧ୍ୟମରେ ନାମ ଲେଖାଇ ନ ଥିଲେ ସେମାନଙ୍କ ନାଁ ନାମଲେଖା ତାଲିକାରେ ସାମିଲ କରିବାକୁ ସମ୍ପୃକ୍ତ ଉଚ୍ଚଶିକ୍ଷାନୁଷ୍ଠାଗୁଡ଼ିକ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯିବା ପରେ ନିୟମ ଉଲ୍ଲଙ୍ଘନ ସମ୍ପର୍କରେ ଜଣାପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking