33.1 C
Bhubaneswar
Monday, May 20, 2024
Homeଅପରାଧନାବାଳିକା ଶାଳୀ ଉପରେ ଭିଣୋଇର କୁତ୍ସିତ ନଜର

ନାବାଳିକା ଶାଳୀ ଉପରେ ଭିଣୋଇର କୁତ୍ସିତ ନଜର

ଗାନ୍ଧୀନଗର: ନାବାଳିକା ଶାଳୀ ଉପରେ ଭିଣୋଇର କୁତ୍ସିତ ନଜର । ଗୁଜୁରାଟ ରାଜକୋଟରେ ଭିଣୋଇ ଶାଳୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ନିଜ ଭଉଣୀ ସହିତ ରହୁଥିବା ବେଳେ ଏହାର ଫାଇଦା ଉଠାଇ ଭିଣୋଇ ଶାରୀରିକ ସମ୍ପର୍କ ରଖି ଶାଳୀକୁ ୩ଥର ଗର୍ଭବତୀ କରାଇଥିବା ଅଭିଯୋଗ ହୋଇଛି । ୩ୟ ଥର ପୀଡ଼ିତା ଜଣେ ମୃତ ଶିଶୁକୁ ଜନ୍ମ ଦେବା ପରେ ଅଭିଯୁକ୍ତ ଭିଣୋଇ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପୀଡ଼ିତା ନିଜ ଭଉଣୀ ସହିତ ରହୁଥିଲେ । ଏହି ସମୟରେ ଭିଣୋଇ ଇକବାଲ ଅହମ୍ମଦ ଶାଳୀକୁ ପ୍ରେମ ଜାଲରେ ଫସାଇ ଉଭୟ ନିଜ ଇଚ୍ଛା ଅନୁସାରେ ଶାରୀରିକ ସମ୍ପର୍କ ରଖିଥିଲେ । ଏହାରି ମଧ୍ୟରେ ପୀଡ଼ିତା ୩ଥର ଗର୍ଭବତୀ ହୋଇଥିବା ବେଳେ ତାଙ୍କର ଗର୍ଭପାତ ମଧ୍ୟ କରିଛନ୍ତି । ଏହି ଘଟଣା ପରେ ପୀଡ଼ିତାଙ୍କ ଏକ ଯୁବକ ସହିତ ନିର୍ବନ୍ଧ ହୋଇଥିଲା । ଏହାପରେ ସେ ନିଜ ଭାବି ସ୍ୱାମୀଙ୍କ ସହ ରହୁଥିଲେ। ଏହାରି ମଧ୍ୟରେ ଭାବି ସ୍ୱାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ସେ ଗତ ୨୦୨୦ ମସିହାରେ ଗର୍ଭବତୀ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking