ଭଦ୍ରକ: କୂଳ ଖାଉଛି ବୈତରଣୀ ନଦୀ । ବାରମ୍ବାର ନଦୀବନ୍ଧ ଅତଡ଼ା ଧସୁଥିବାରୁ ଗ୍ରାମବାସୀ ଛାନିଆ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଷାଠିବାଙ୍କୁଡ଼ା ଗାଁରେ ବୈତରଣୀର ଭୟଙ୍କର ରୂପ ଦେଖି ଗାଁ ଲୋକେ ବି ପ୍ରମାଦ ଗଣିବାକୁ ଆରମ୍ଭ କଲେଣି। ଯୁଦ୍ଧକାଳିନ ଭିଭିରେ ଏହାର ପ୍ରତିକାର କରା ନଗଲେ ଷାଠିବାଙ୍କୁଡା ସମେତ ବୋଡକ, ଅମୃତମଣି ଓଳଗ ଆଦି ୬ଖଣ୍ଡ ଗାଁ ମଧ୍ୟ ବୈତରଣୀ ଗର୍ଭକୁ ଚାଲିଯିବ ଆଶଙ୍କା ଦେଖାଦେଇଲାଣି। ଭିଟାମାଟି ସହ ଘର ଭାସିଯିବା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ।