37.1 C
Bhubaneswar
Saturday, May 18, 2024
Homeଓଡିଶାଭିଗ୍ନେଶ ମହାନ୍ତି ଓଡ଼ିଶା,ଛତିଶଗଡ଼ ସବ୍‌-ଏରିଆ କମାଣ୍ଡର

ଭିଗ୍ନେଶ ମହାନ୍ତି ଓଡ଼ିଶା,ଛତିଶଗଡ଼ ସବ୍‌-ଏରିଆ କମାଣ୍ଡର

ଭୁବନେଶ୍ୱର: ଓଡ଼ିଆ ପୁଅ ତଥା ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି ଛତିଶଗଡ଼ ଓ ଓଡ଼ିଶା ସବ୍‌-ଏରିଆ କମାଣ୍ଡର  ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହ୍ୱାନଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେନା ପଦକଧାରୀ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି ତିନି ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଚମତ୍କାର ସାମରିକ କ୍ୟାରିଅର ଭିତରେ ଦେଶ ଏବଂ ବିଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ଏବଂ ପ୍ରଶାସନିକ ନିଯୁକ୍ତି ପାଇଛନ୍ତି ।

ସେ ନ୍ୟାସ୍‌ନାଲ ଡିଫେନ୍ସ ଏକାଡେମୀ, ଆର୍ମି ସ୍କୁଲ୍ ଅଫ୍ ଆମ୍ମୁନିସନ୍ (ୟୁକେ), ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ (ୱେଲିଙ୍ଗଟନ୍‌) ଏବଂ ନ୍ୟାସ୍‌ନାଲ ଡିଫେନ୍ସ କଲେଜ (ଫିଲିପାଇନ୍ସ)ରୁ ତାଲିମ ଗ୍ରହଣ କରିଛନ୍ତି । ବ୍ରିଗେଡିୟର୍ ମହାନ୍ତି ସେନା ମୁଖ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଛନ୍ତି ।

କାଶ୍ମୀର ଉପତ୍ୟକାରେ ସେ ଜଣେ ଇଞ୍ଜିନିୟର ରେଜିମେଣ୍ଟଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହାସହ ଭୁଟାନରେ ଭାରତୀୟ ସାମରିକ ତାଲିମ କଣ୍ଟିଜେଣ୍ଟର ଏକ ଅଂଶ ହୋଇଛନ୍ତି ।  ଜଣେ ଇଞ୍ଜିନିୟରିଂ ସ୍ନାତକ, ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍‌ରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ଫିଲିପାଇନ୍ସରୁ ଜାତୀୟ ସୁରକ୍ଷା ପ୍ରଶାସନରେ ମାଷ୍ଟର କରିଛନ୍ତି । ତେଣୁ ଅଭିଜ୍ଞତା ଓ ସାମର୍ଥ୍ୟକୁ ଆଧାର କରି ସେ ଭାରତୀୟ ସେନା ପାଇଁ ଓଡ଼ିଶା ଓ ଛତିଶଗଡ଼ ପାଇଁ କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking