ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ସୁକାନ୍ତ କୁମାର ଜେନା। ଆଜି ସନ୍ଧ୍ୟାରେ ପୁରୀର ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଘରେ ଚଢାଉ ସମୟରେ ଭିଜିଲାନ୍ସ ପ୍ରାୟ ୧.୧୨ କୋଟି ଟଙ୍କା ଜବତ କରିଛି। ଖବର ମୁତାବକ ଡାକ୍ତର ଜଣଙ୍କ ସିଜରିଆନ ଅପରେସନ୍ ପାଇଁ ଅଭିଯୋଗକାରୀଙ୍କ ଠାରୁ ୩୦୦୦ ଟଙ୍କା ଗ୍ରହଣ କରିବା ସମୟରେ ଧରା ପଡିଥିଲେ।
ଅପରେସନ୍ ପୁର୍ବରୁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ସୁକାନ୍ତ କୁମାର ଜେନାଙ୍କ ବିରୋଧରେ ଏକ ମାମଲା ରଜୁ କରି ଭୁଜିଲାନ୍ସ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଭୁବନେଶ୍ୱରର ପାଟିଆରେ ଥିବା ତାଙ୍କ ଘରେ ଚଢାଉ କରି ୧.୧୨ କୋଟି ଟଙ୍କା ଜବତ କରିଛି। ବର୍ତ୍ତମାନ ମଧ୍ୟ ତାଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି।