ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ ଋଣ ଦୁର୍ନୀତି ମାମଲାରେ ସିବିଆଇ ପକ୍ଷରୁ ସୋମବାର ଭିଡିଓକନ୍ କମ୍ପାନୀର ସିଇଓ ବେଣୁଗୋପାଳ ଧୁତ୍ଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଏହି ମାମଲାରେ ଦୁଇଦିନ ପୂର୍ବେ ଆଇସିଆଇସିଆଇ ବ୍ୟାଙ୍କ୍ର ପୂର୍ବତନ ସିଇଓ ଚନ୍ଦା କୋଚାର ଓ ତାଙ୍କ ସ୍ୱାମୀ ଦୀପକଙ୍କୁ ଗିରଫ କରାଯାଇସାରିଛି । ଦୀପକ ଓ ବେଣୁଗୋପାଳ ହେଉଛନ୍ତି ପରମ ବନ୍ଧୁ । ସିଇଓ ଥିବାବେଳେ ଚନ୍ଦା ୨୦୧୦ରୁ ୨୦୧୨ ମଧ୍ୟରେ ବେଆଇନଭାବେ ଭିଡିଓକନ୍ କମ୍ପାନୀକୁ ୩ ହଜାର କୋଟି ଟଙ୍କାର ଋଣ ଦେଇଥିଲେ, ଯାହା ଏପର୍ଯ୍ୟନ୍ତ ଅପରିଶୋଧ୍ୟ ହୋଇ ରହିଛି । ଏହି ଘଟଣା ଜଣାପଡିବାପରେ ଚନ୍ଦା ୨୦୧୮ରେ ସିଇଓ ପଦରୁ ଇସ୍ତଫା ଦେଇଥିଲେ ।