17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ବିଭବ କୁମାରଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ ମାମଲାରେ ଦିଲ୍ଲୀ ପୁଲିସ, ଆଜି ମୁଖ୍ୟ ଅଭିଯୁକ୍ତ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କୁ ଗିରଫ କରିଛି । ଶନିବାର କେଜ୍ରିୱାଲ୍‌ଙ୍କ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ସ୍ୱାତୀ ମାଲିୱାଲ୍ ନିଜ ଅଭିଯୋଗରେ ବିଭବ କୁମାର ତାଙ୍କୁ ୭/୮ ଥର ଚାପୁଡା ଓ ଗୋଇଠା ମାରିବା ସହ ଟଣାଘୋଷରା ତଥା ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିବା ପରଠାରୁ ବିଭବ ଫେରାର ହୋଇଯାଇଥିଲେ । ସେବେଠାରୁ ପୁଲିସ୍ ତାଙ୍କୁ ଖୋଜୁଥିଲା । ତେବେ ଆଜି ସେ କେଜ୍ରିୱାଲଙ୍କ ଘରେ ଥିବା ସୂଚନା ପାଇ ଦିଲ୍ଲୀ ପୁଲିସ୍ ତାଙ୍କୁ ସେଠାରୁ ଗିରଫ କରିଛି । ପ୍ରକାଶ, ଗିରଫଦାରି ବିରୋଧରେ ବିଭବ କୁମାର ଆଜି ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ବିଭବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ଏସବୁ ମଧ୍ୟରେ ଗିରଫଦାରି ପୂର୍ବରୁ ବିଭବ କୁୂମାର ଦିଲ୍ଲୀ ପୁଲିସକୁ ଏକ ମେଲ୍ କରିଥିବା ଏବଂ ଏଥିରେ ପୁଲିସକୁ ସେ ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଲେଖିଥିବା ଜଣାପଡିଛି । ସେହିପରି ଅନ୍ୟଏକ ରିପୋର୍ଟ ଅନୁସାରେ ବିଭବ କୁମାର ସ୍ୱାତୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ବିଭବ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମନା କରିବା ସତ୍ତ୍ୱେ ସ୍ୱାତୀ ବଳପୂର୍ବକ ସେଦିନ କେଜ୍ରିୱାଲ୍‌ଙ୍କ ଘର ମଧ୍ୟକୁ ପ୍ରବେଶ କରିଥିଲେ ଏବଂ ତାଙ୍କୁ ସ୍ୱାତୀ ଖରାପ ଶବ୍ଦରେ ଗାଳିଗୁଲଜ ମଧ୍ୟ କରିଥିଲେ । ସ୍ୱାତୀ ମାଲିୱାଲ ମିଛରେ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । ଜଣେ ସାଂସଦକୁ ଅଟକାଇବାକୁ ତୁମର ସାହସ କିପରି ହେଲା ବୋଲି ମାଲିୱାଲ୍ ତାଙ୍କୁ ପ୍ରଶ୍ନ କରି ଉତ୍ତ୍ୟକ୍ତ ହୋଇ ଉଠିଥିଲେ ବୋଲି ବିଭବ କହିଛନ୍ତି । ବିଭବଙ୍କ ଅନୁସାରେ ମାଲିୱାଲ୍ ତାଙ୍କୁ ଧମକ ଦେଇ କହିଥିଲେ ଯେ, “ମୁଁ ତୋତେ ଦେଖିନେବି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking