ଗୁରୁୁଗ୍ରାମ: ହରିୟାଣାର ନୁହ୍ ସହରରେ ଚଳିତମାସ ୨୮ରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଆୟୋଜିତ ହେବାକୁ ଥିବା ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇନଥିବା ଜଣାପଡିଛି । ସୂଚନାଯୋଗ୍ୟ ଜୁଲାଇ ୩୧ରେ ନୁହ୍ରେ ଏହି ଶୋଭାଯାତ୍ରା ଆୟୋଜିତ ହେଉଥିବାବେଳେ ସାଂପ୍ରଦାୟିକ ହିଂସାର ସୂତ୍ରପାତ ଘଟିଥିଲା । ଫଳରେ ୬ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ବ୍ୟାପକ ପୋଡାଜଳାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା । ଫଳରେ ନୁହ୍ ସହରରେ କର୍ଫ୍ୟୁ ଲାଗୁ କରାଯିବା ସହ ଦୀର୍ଘଦିନ ଧରି ଇଣ୍ଟରନେଟ ବ୍ୟବସ୍ଥାକୁ ବାତିଲ କରାଯାଇଥିଲା । ଏହି ଘଟଣାରେ ୮୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ହିଂସା ଆଖପାଖ ସହରକୁ ମଧ୍ୟ ବ୍ୟାପିଥିଲା ।