17.1 C
Bhubaneswar
Monday, November 18, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ପୋଟଳ

ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ପୋଟଳ

ଭୁବନେଶ୍ୱର : ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଛି  । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍ସର ମାତ୍ରାଧିକ ପରିମାଣ ହେତୁ ଗ୍ୟାସ୍ ଜନିତ ସମସ୍ୟାରୁ ରକ୍ଷା କରିବା ପାଇଁ ବି ଏହା ଅତ୍ୟନ୍ତ ଉପକାରୀ ଅଟେ। ଏତଦବ୍ୟତୀତ ପୋଟଳ ଆମର ଶରୀର ପ୍ରତି କେତେ ଉପକାରୀ ଆସନ୍ତୁ ଜାଣିବା ପୋଟଳ ଖାଇଲେ ଆମ ଶରୀରର ହାଡ଼ ସୁସ୍ଥ ରହିବା ସହିତ କଫଜନିତ ସମସ୍ୟାକୁ ଦୂର ହୋଇଥାଏ। ରକ୍ତ ସଫା କରିବାରେ ବି ବେଶ୍ ସହାୟକ ହୋଇଥାଏ  । ପୋଟଳରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଆମ ହଜମ କ୍ରିୟାରେ ସହାୟକ ହୁଏ  । ଏବଂ  ଗ୍ୟାସ୍ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ବି ଦୂର କରିଥାଏ । ସାଧାରଣତଃ ୧୦୦ ଗ୍ରାମ୍ ପୋଟଳର ଚୋପାରେ ୨୪ କ୍ୟାଲୋରି ରହିଥାଏ  । ଏବଂ ଏଥିରେ ମ୍ୟାଗ୍ନେସିଅମ୍,ପୋଟାସିଅମ୍,ଫସଫରସ୍ ଆଦି ଭରପୂର ମାତ୍ରାରେ ଥାଏ। ଆୟୁର୍ବେଦ ଅନୁଯାୟୀ ପୋଟଳ ଖାଇଲେ ତ୍ୱଚାଜନିତ ସମସ୍ୟା, ଥଣ୍ଡାଜନିତ ସମସ୍ୟା ଏବଂ କୋଷ୍ଠକାଠିନ୍ୟଜନିତ ସମସ୍ୟା ଆଦି ଦୂର ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking