18.1 C
Bhubaneswar
Saturday, November 23, 2024
Homeଅପରାଧଚେକ୍ ବାଉନ୍‌ସ ମାମଲାର ରାୟ; ଅଭିଯୁକ୍ତଙ୍କୁ ୧୮ ମାସ ଜେଲଦଣ୍ଡ

ଚେକ୍ ବାଉନ୍‌ସ ମାମଲାର ରାୟ; ଅଭିଯୁକ୍ତଙ୍କୁ ୧୮ ମାସ ଜେଲଦଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଏକ ଚେକ୍ ବାଉନ୍‌ସ ମାମଲାରେ ଅଭିଯୁକ୍ତଙ୍କୁ ୧୮ ମାସ ସରଳ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱର ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତ । ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସରୋଜ କୁମାର ତାରାସିଆ । କାରଦଣ୍ଡା ସହ ପୀଡ଼ିତାଙ୍କୁ ସରୋଜ ୯୦ ଲକ୍ଷ କ୍ଷତିପୂରଣ ରାଶି ଦେବେ । ଏହି ଟଙ୍କା ସେ ନ ଦେଇ ପାରିଲେ ଅଧିକ ୫ ମାସ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟ କହିଛନ୍ତି । ଏପରିକି ସରୋଜ ୯୦ ଲକ୍ଷ କ୍ଷତିପୂରଣ ରାଶି ଦେବାକୁ ବାଧ୍ୟ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି ।

ଅଭିଯୋଗକାରୀ, ଅଭିଯୁକ୍ତ ସରୋଜ କୁମାର ତାରାସିଆ ଜମି ଠକେଇ କରି ପରେ ଟଙ୍କା ଫେରାଇବାକୁ କହି ଚେକ୍ ବାଉନ୍ସ କରାଇଥିଲେ । ଜଣେ ମାଲିକଙ୍କ ଦୁଇଟି ପ୍ଲଟ୍ ଦେବାକୁ କହି ଚକାଡୋଳା ଇ ରପ୍ରାଇଜେସ୍‌ର ପ୍ରୋପ୍ରାଇଟର୍ ଇନ୍ଦ୍ରା ପଟ୍ଟନାୟକଙ୍କୁ ଠକିଥିଲେ ସରୋଜ । ଅଭିଯୋଗକାରୀ ଇନ୍ଦ୍ରାଙ୍କ ପକ୍ଷରୁ ଓକିଲ ଚି ରଞ୍ଜନ ଦାସ ଓ ସରୋଜଙ୍କ ପକ୍ଷରୁ ଓକିଲ ଏ.କେ ସୁବୁଦ୍ଧି ମାମଲା ପରିଚାଳନା କରୁଥିଲେ । ଇଡ୍‌କୋ ଦ୍ୱାରା ଲିଜ୍‌ରେ ଫରିଦାବାଦ୍‌ର କ୍ରିଷ୍ଣା ଷ୍ଟିଲ୍ କର୍ପୋରେସନ୍‌ର ପ୍ରୋପ୍ରାଇଟର ସିଙ୍ଘଲ ଖୋର୍ଦ୍ଦା ଶିଳ୍ପା ଳରେ ଥିବା ତାଙ୍କର ଦୁଇଟି ପ୍ଲଟ୍ ସହ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌କୁ ବିକ୍ରି କରିବାକୁ ସରୋଜଙ୍କୁ ଅନୁମତି ଦେଇଥିବା ମିଛ କହି ଦସ୍ତାବିଜ୍ ଦେଖାଇଥିଲେ ।

୨୦୧୧ ନଭେମ୍ବରରେ ଇନ୍ଦ୍ରାଙ୍କଠୁ ସେ ୭୭.୪୦ ଲକ୍ଷ ଟଙ୍କା ନେଇ ଠକିଥିଲେ । ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଇନ୍ଦ୍ରା ତାଙ୍କ ଟଙ୍କା ଫେରାଇବାକୁ ସରୋଜଙ୍କୁ କହିଥିଲେ । ପରେ ଇନ୍ଦ୍ରାଙ୍କୁ ସରୋଜ ୩୦ ଲକ୍ଷ ଟଙ୍କା ଫେରାଇ ବାକି ୪୭.୪୦ ଲକ୍ଷ ଟଙ୍କା ଚେକ୍ ଦେଇଥିଲେ । ହେଲେ ଟଙ୍କା ନ ଥିବାରୁ ଉକ୍ତ ଚେକ୍ ବାଉନସ ହୋଇଯାଇଥିଲା । ଏନେଇ ସରୋଜଙ୍କୁ ଇନ୍ଦ୍ରା ନୋଟିସ୍ ମଧ୍ୟ ପଠାଇଥିଲେ । ହେଲେ ସରୋଜ ଟଙ୍କା ନ ଫେରାଇବାକୁ ଇନ୍ଦ୍ରା କୋର୍ଟରେ ମାମଲା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking