32.1 C
Bhubaneswar
Saturday, June 22, 2024
Homeଓଡିଶା୨୦୦ ଫୁଟ ତଳକୁ ଖସିଲା ଗାଡି : ୭ ବିଦ୍ୟୁତ କର୍ମଚାରୀ ଗୁରୁତର

୨୦୦ ଫୁଟ ତଳକୁ ଖସିଲା ଗାଡି : ୭ ବିଦ୍ୟୁତ କର୍ମଚାରୀ ଗୁରୁତର

ଗଜପତି : ବିଦ୍ୟୁତ ବିଭାଗ ଗାଡି ୨୦୦ ଫୁଟ ତଳକୁ ଖସିଲା। ଯାହାଫଳରେ ୭ ଜଣ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ଅଡବା ଥାନା କଟାମା ତୁଆଗୁଡା ଘାଟିରେ ତଳକୁ ଖସିଛି ଗାଡି । ଏଥିରେ ଥିବା ୭ ଜଣ ବିଦ୍ୟୁତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ ଯେ, ଗତ ୩ ଦିନ ହେବ ତୁଆଗୁଡା ଗାଁରେ ବିଦ୍ୟୁତ ସରବରାହ ବିଛିନ୍ନ ଥିଲା । ଏହାକୁ ସଜାଡ଼ିବା ପାଇଁ ଅଡବା ବିଦ୍ୟୁତ ସବଷ୍ଟେସନର ୭ ଜଣ କର୍ମଚାରୀ ବୋଲେରୋରେ ଯାଇଥିଲେ । ଫେରିବା ସମୟରେ ରାତି ପ୍ରାୟ ସାଢେ ୯ ଟାରେ ତୁଆଗୁଡା ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲା ଗାଡିଟି । ସେମାନଙ୍କ ମଧ୍ଧରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଡ଼ବାରୁ ବ୍ରହ୍ମପୁର ସ୍ଥିତ ଏମ୍‌ସ୍କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking