27.1 C
Bhubaneswar
Thursday, December 26, 2024
Homeଓଡିଶାବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନରେ ବେଦାନ୍ତ ତାତି । ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ବେଦାନ୍ତ ଜମି ହଡପ ପ୍ରସଙ୍ଗ ଉଠାଇ ଗୃହରେ ଧାରଣା ଦେଇଥିଲେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଯାହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ତେବେ ମଙ୍ଗଳବାର ଆରମ୍ଭରୁ ଗୃହରେ ପ୍ରଶ୍ନକାଳ ସ୍ୱାଭାବିକ ଥିଲା । ହେଲେ ଶୂନ୍ୟକାଳରେ ବେଦାନ୍ତ ଜମି ହଡପ ପ୍ରସଙ୍ଗ ଉଠାଇଥିଲେ ନରସିଂହ ମିଶ୍ର । ବାଚସ୍ପତିଙ୍କ ରୁଲିଂ ଦାବି ସହ ସରକାରଙ୍କୁ ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଥିଲେ ନରସିଂହ । ହେଲେ ଅନୁଧ୍ୟାନ କରିବା ପରେ ବାଚସ୍ପତି କହିବାରୁ ଅସନ୍ତୋଷ ପ୍ରକାଶ କରି ଧାରଣା ଦେଇଥିଲେ ନରସିଂହ । ଯାହା ପରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ନରସିଂହ ଅଭିଯୋଗ କରିଛନ୍ତି, ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ସରକାର । ଲୋକପାଳ, ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ରାଜ୍ୟ ସରକାର କୌଣସି କାର୍ୟ୍ୟାନୁଷ୍ଠାନ ନେଉନାହାନ୍ତି । ରାଜ୍ୟ ସରକାର ନିଜେ ବେଦାନ୍ତ ପାଇଁ ୪ ଲେନ୍ ରୋଡ୍ କରିବେ ବୋଲି ଚୁକ୍ତି କରିଥିଲେ, ସବୁ ଟିକସ ମଧ୍ୟ ଛାଡ କରିଛନ୍ତି । ତେବେ ସରକାର ଏହି ସଂସ୍ଥାକୁ କାହିଁକି ଏତେ ଅନୁକମ୍ପା ଦେଖାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking