37.1 C
Bhubaneswar
Friday, May 17, 2024
Homeଅପରାଧପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀର ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରି ନିଆଁ ଲଗାଇଦେଲା....

ପିଶାଚ ପାଲଟିଲା ସ୍ୱାମୀ; ସ୍ତ୍ରୀର ମୁଣ୍ଡ ଗଣ୍ଡିକୁ କାଟି ଅଲଗା କରି ନିଆଁ ଲଗାଇଦେଲା….

ହରିୟାଣା: ସାତଜନ୍ମର ସାଥୀକୁ ଜାଳିପୋଡ଼ି ପାଉଁଶ କରିଦେଲା ରାକ୍ଷସ ସ୍ୱାମୀ । ଖଣ୍ଡ ଖଣ୍ଡ କରି ଶରୀରକୁ କାଟିବା ପରେ ନିଆଁରେ ଜାଳିଦେଲା । ଯେଉଁ ମଥାରେ ସିନ୍ଦୁର ପିନ୍ଧାଇଥିଲା, ଶେଷରେ ସେହି ମୁଣ୍ଡକୁ ଗଣ୍ଡିକୁ ଅଲଗା କରିଦେଲା । ଏଭଳି ହୃଦୟବିଦାରକ ଘଟଣା ହରିୟାଣାର ମାନେସର୍ ଅଞ୍ଚଳରେ ଘଟିଛି । ଏପ୍ରିଲ ୨୧ ରେ ମାନେସର ଅଞ୍ଚଳର କୁକଡୋଲା ଗାଁରୁ ପୋଲିସ ଜଣେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହକୁ ଜବତ କରିଥିଲା । ଆଶ୍ଚର୍ଯ୍ୟର କଥା ହେଲା ମୃତଦେହର ମୁଣ୍ଡ ସହ ୨ ହାତ ବି ନଥିଲା ।

ଏହାର କିଛିଦିନ ପରେ ପୋଲିସ ସେଠାରୁ କିଛି ଦୂରରେ ୨ଟି କଟା ହାତ ଓ ଏପ୍ରିଲ ୨ ରେ ଅନ୍ୟ ସ୍ଥାନରୁ ମୃତ ମହିଳାଙ୍କ ମୁଣ୍ଡ ଜବତ କରିଥିଲା । ଘଟଣାର ତଦନ୍ତ ପରେ ପୋଲିସ ମୃତ ମହିଳାଙ୍କୁ ଚିହ୍ନଟ କରି ତାଙ୍କ ସ୍ୱାମୀ ଜିତେନ୍ଦ୍ରଙ୍କୁ ଗିରଫ କରିଛି । ଜିତେନ୍ଦ୍ର ଗାନ୍ଧୀନଗର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ମାନେସରରେ ଭଡ଼ା ଘରେ ରହୁଥିଲେ । ପୋଲିସ ଏବେ ଜିତେନ୍ଦ୍ରକୁ ପଚରାଉଚରା କରୁଥିବା ବେଳେ ଖୁବ୍‌ଶୀଘ୍ର ପୂରା ଘଟଣା ଉପରୁ ପରଦା ହଟିବ ବୋଲି ସୂଚନା ଦେଇଛି । ପୋଲିସ ସୂଚନାନୁଯାୟୀ, ମହିଳାଙ୍କ ମୃତଦେହ କୁକଡୋଲା ଗାଁର ଏକ ଘରୁ ଜବତ ହୋଇଥିଲା । ଉକ୍ତ ଜାଗାକୁ ଉମେଦ ସିଂ ନାମକ ବ୍ୟକ୍ତି ଲିଜ୍‌ରେ ନେଇଥିବା ବେଳେ ସେଠାରେ ଏକ ଘର କରିଥିଲେ । ଘରୁ ଧୂଆଁ ବାହାରୁଥିବା ସୂଚନା ପାଇ ଉମେଦ ସିଂ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking