35.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗନୂଆ ଷ୍ଟ୍ରେନରେ କାମ ଦେବ ଭ୍ୟାକ୍ସିନ

ନୂଆ ଷ୍ଟ୍ରେନରେ କାମ ଦେବ ଭ୍ୟାକ୍ସିନ

ନୂଆଦିଲ୍ଲୀ: ବର୍ତମାନ ପ୍ରସ୍ତୁତ ଚାଲିଥିବା କରୋନା ଟିକା ନୂଆ ଷ୍ଟ୍ରେନରେ କାମ ଦେବ । ନୂଆ ଷ୍ଟ୍ରେନକୁ ଦୂର କରିବା ନେଇ କୌଣସି ଅକ୍ଷମତା ଦେଖାଦେଇନାହିଁ । ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବିଜ୍ଞାନ ପରାମର୍ଶଦାତା ଅଧ୍ୟକ୍ଷ ସୂଚନା ପ୍ରଦାନ କରିଛନ୍ତି । ତେବେ ବ୍ରିଟେନ ଷ୍ଟ୍ରେନ ଅଧିକ ସଂକ୍ରମଣକ୍ଷମ ବୋଲି ସେ କହିଛନ୍ତି । ଅଧିକ ସଂକ୍ରମଣ କରାଉଥିବାରୁ ବ୍ରିଟେନରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ନୂଆ ଷ୍ଟ୍ରେନ ପ୍ରତି ଦୂରେଇ ରହିବାକୁ ଅଧିକ ସତର୍କତା ଜରୁରୀ । ବ୍ରିଟେନରୁ ଆସୁଥିବା ସମସ୍ତ ଲୋକଙ୍କ କରୋନା ଟେଷ୍ଟ କରାଯାଉଛି । ଯାହାର ପଜିଟିଭ ମିଳୁଛି, ସେମାନଙ୍କ ଜିନମ ସିକ୍ୟୁଏନ୍ସିଂ କରାଯାଉଛି । ଦେଶର ୧୦ଟି ଲ୍ୟାବରେ ଜିନମ ସିକ୍ୟୁଏନସିଂ ହେଉଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ୬ ମାସ ପରେ ଦୈନିକ ସଂକ୍ରମଣ ସଂଖ୍ୟା ୧୭ ହଜାର ତଳକୁ ଖସିଛି । ସେମିତି ୬ ମାସ ପରେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୩ ଶହ ତଳକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking