29.4 C
Bhubaneswar
Saturday, May 4, 2024
Homeଓଡିଶାଆଜି ୧୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଆଜି ୧୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଆଜି ରାଜ୍ୟର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କୋରାପୁଟ, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୋନପୁର ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ଜିଲ୍ଲାରେ ଟିକାକରଣ କରାଯିବ। ସମୁଦାୟ ୪୨୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଟିକାକରଣ ପୁଣିଥରେ ଧିମେଇ ଯାଇଛି। ଶୁକ୍ରବାର ସମୁଦାୟ ୬୮୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୯୪,୦୬୮ ଡୋଜ୍ ଟିକା ଦିଆଯାଇଛି। ୬୯.୨୧୧ କୋଭିସିଲ୍‌ଡ, ୨୪,୮୧୮ କୋଭାକ୍ସିନ୍ ଓ ୩୯ ଡୋଜ୍ ସ୍ପୁଟନିକ୍-ଭି ଟିକା ନେଇଛନ୍ତି। ୧୮-୪୪ ବର୍ଗର ୩୬,୫୦୫ଜଣ ପ୍ରଥମ ଓ ୩୨,୦୪୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୧୧,୫୬୮ ପ୍ରଥମ ଓ ୧୩,୧୬୯ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି।

ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୩୬ଲକ୍ଷ ୭ହଜାର ୨୯ ଡୋଜ୍ ଟିକା ଦିଆଗଲାଣି। କୋ-ୱିନ୍‌ ଆପରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ଡୋଜ ଟିକା ପ୍ରଦାନରେ ଏବେ ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୫,୩୮,୧୧୫ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ଖୋର୍ଧାରେ ୧୫,୨୩,୯୦୬ ଡୋଜ୍ ଟିକା ଦିଆଯାଇଛି। ତେବେ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking