17.1 C
Bhubaneswar
Wednesday, January 1, 2025
Homeଓଡିଶାସପ୍ତାହାନ୍ତ ସଟ ଡାଉନରେ ଟିକା ବନ୍ଦ

ସପ୍ତାହାନ୍ତ ସଟ ଡାଉନରେ ଟିକା ବନ୍ଦ

ଭୁବନେଶ୍ୱର: ସପ୍ତାହାନ୍ତ ସଟ ଡାଉନରେ ବନ୍ଦ ରହିବ ଟିକାକରଣ । ସମସ୍ତ ସହରାଂଚଳରେ ଶନି ଓ ରବିବାର ଟିକାକରଣ ବନ୍ଦ ରହିବ । ୧୦ ଜିଲ୍ଲାର ସମସ୍ତ ସହରାଂଚଳରେ ସପ୍ତାହରେ ୨ ଦିନ ଟିକାକରଣ ବନ୍ଦ ରହିବ । ଜିଲ୍ଲାର ଅନ୍ୟ ସମସ୍ତ ଅଂଚଳରେ ନିରବଚ୍ଛିନ୍ନ ଟିକାକରଣ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖିଛନ୍ତି ।
ସୂଚନାଯୋଗ୍ୟ ଗତକାଲି ମୁଖ୍ୟ ଶାସନ ସଚିବ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ରାଜ୍ୟବ୍ୟାପୀ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ସଂପୃକ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଥିବା ବେଳେ ସପ୍ତାହାନ୍ତ ସଟ ଡାଉନ ରହିବ । ତେବେ ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେହିଭଳି ଅନ୍ୟ ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା ହୋଇଛି ।

ବର୍ତମାନ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଛି । ଆଜି ରାଜ୍ୟରେ ୩୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନୁଗୁଳରୁ ୪୪, ବାଲେଶ୍ୱରରୁ ୧୫୧, ବରଗଡରୁ ୧୩୨, ଭଦ୍ରକରୁ ୫୩, ବଲାଙ୍ଗୀରରୁ ୧୩୩, ବୌଦ୍ଧରୁ ୯, କଟକରୁ ୧୬୩, ଦେବଗଡରୁ ୧୯, ଢେଙ୍କାନାଳରୁ ୧୬, ଗଜପତିରୁ ୧୮, ଗଂଜାମରୁ ୫୫, ଜଗତସିଂହପୁରରୁ ୨୯, ଯାଜପୁରରୁ ୭୫, ଝାରସୁଗୁଡାରୁ ୮୯, କଳାହାଣ୍ଡିରୁ ୫୫, କନ୍ଧମାଳରୁ ୧୦, କେନ୍ଦ୍ରାପଡାରୁ ୨୨, କେନ୍ଦୁଝରରୁ ୧୦୫, ଖୋର୍ଦ୍ଧାରୁ ୫୩୪, କୋରାପୁଟରୁ ୨୩, ମାଲକାନଗିରିରୁ ୩, ମୟୁରଭଂଜରୁ ୭୧, ନବରଙ୍ଗପୁରରୁ ୧୫୬, ନୟାଗଡରୁ ୧୫, ନୂଆପଡାରୁ ୧୪୦, ପୁରୀରୁ ୧୧୪, ରାୟଗଡାରୁ ୩୮, ସମ୍ବଲପୁରରୁ ୧୫୩, ସୋନପୁରରୁ ୪୨, ସୁନ୍ଦରଗଡରୁ ୫୨୩, ଷ୍ଟେଟ ପୁଲରୁ ୧୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ୧୬୮୮୯ଟି ଆକ୍ଟିଭ କେସ ରହିଥିବା ବେଳେ ୩୪୨୫୭୦ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking