ଯାଜପୁର : ଯାଜପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ଭିଳନୀ କକ୍ଷ ପରିସର ରେ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ବିଷୟ ରେ ଆଲୋଚନା କରିଛନ୍ତି। ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ସମ୍ପର୍କ ରେ ରାଜ୍ୟ ସରକାର ଙ୍କ ପାଖରେ ସାମ୍ବାଦିକ ସୁରକ୍ଷା ଆଇନ, ବିମା ରାଶି ଦଶ ଲକ୍ଷ କୁ ବୃଦ୍ଧି, ଅବସର କାଳୀନ ଭତ୍ତା ଭଳି ବିଭିନ୍ନ ଦାବି ରାଜ୍ୟ ସରକାର ଖୁବ୍ ଶୀଘ୍ର ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିବା ସୁଚନା ଦେଇଥିଲେ। ଯଦି ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ନଦିଅନ୍ତି ଆନ୍ଦୋଳନ କୁ ସାମ୍ବାଦିକ ମାନେ ଉଳାହିବେ ବୋଲି ରାଜ୍ୟ ସଭପତି ଶ୍ରୀ କର ସୂଚନା ଦେଇଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯାଜପୁର ଜିଲ୍ଲା ରେ ଏକାଠି ହୋଇ ସାମ୍ବାଦିକ ମାନଙ୍କ ସମସ୍ୟା ପାଇଁ ଲଡିବା ପାଇଁ ଜିଲ୍ଲା ସଂଘ୍ କୁ ଆହ୍ବାନ କରିଛନ୍ତି। ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରଧନ ବାନାର୍ଜୀ ସମସ୍ତ୍ ଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା କମିଟି କୁ ଭାଗିଦେବା ସହିତ ସର୍ବ ସମ୍ଭତି କ୍ରମେ ଯାଜପୁର ଜିଲ୍ଲା ସଭାପତି ଭାବେ ପୁନଃ ହରିହର ସ୍ବାଇଁ ଙ୍କୁ ମନୋନୀତ କରିଥିଲେ । ଜିଲ୍ଲା ସଭାପତି ହରିହର ସ୍ବାଇଁ ଙ୍କୁ ରାଜ୍ୟ ସଭାପତି ବିଭୂତି ଭୂଷଣ କର, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ସମ୍ପାଦକ ବିଶ୍ୱଜିତ୍ ନାୟକ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସ୍ଵାଗତ କରିଥିଲେ। ରାଜ୍ୟ ସମ୍ପାଦକ ବିଶ୍ୱଜିତ୍ ନାୟକ ଜିଲ୍ଲା ରେ ଏକାଠି କାମ କରିବାକୁ ସମସ୍ତ ଙ୍କୁ ଆହ୍ବାନ କରିଥିଲେ। ଜିଲ୍ଲା ଉପସଭାପତି ପୀତବାସ ଭୁଇଆଁ ସମସ୍ତ ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ କର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅଭିମନ୍ୟୁ ମିଶ୍ର , ପବିତ୍ର ମହାନ୍ତି, ପ୍ରିୟ ରଂଜନ କର, ପ୍ରଦୀପ ଚାନ୍ଦ, ବିଶ୍ଵନାଥ ପଣ୍ଡା, ପ୍ରଦୁମ୍ନ ବୋଇତେଇ, ପ୍ରମୁଖ ବକ୍ତବ୍ୟ ରଖିଛନ୍ତି ଦଶରଥପୂର୍ ପ୍ରେସ ଫୋରମ୍ ର ବାର ଜଣ ସାମ୍ବାଦିକ ଆନୁଷ୍ଠାନିକ ଭାବେ ଜିଲ୍ଲା ସଂଘ ରେ ଯୋଗ ଦେଇଥିଲେ। ସେହି ଭଳି କୋରେଇ ଚଣ୍ଡିଖୋଲ ଅଞ୍ଚଚ ରୁ ଦଶ ଜଣ ସାମ୍ବାଦିକ ଯୋଗ ଦେଇଥିଲେ। ଶେଷ ରେ ସଭାପତି ହରିହର ସମସ୍ତ ଙ୍କୁ ଧନ୍ୟବାଦ ଦେଇଛନ୍ତି।