31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶମୋଦୀଙ୍କୁ ସ୍ଥିତି ଅବଗତ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

ମୋଦୀଙ୍କୁ ସ୍ଥିତି ଅବଗତ କଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

ଡେରାଡୁନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କଠାରୁ ଫୋନ୍ ଯୋଗେ ଉତ୍ତରକାଶୀର ସିଲ୍‌କ୍ୟାରା ନିକଟରେ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ଉଦ୍ଧାରକାରୀ ଉପକରଣ ଏବଂ ସରଞ୍ଜାମଗୁଡ଼ିକ ଯେଗାଇ ଦିଆଯାଉଛି । କେନ୍ଦ୍ର ଏବଂ ରାଜ୍ୟର ଏଜେନ୍ସିମାନଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରାଯାଇ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯିବ ।

ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କର ମନୋବଳକୁ ଅତୁଟ ରଖିବାର ଜରୁରୀ ଆବଶ୍ୟକତା ରହିଛି । ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରି ଧାମି କହିଛନ୍ତି ଯେ ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନେ ପରସ୍ପରଙ୍କ ସହିତ ସମନ୍ୱୟ ରଖି ଏବଂ ତତ୍ପରତାର ସହିତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଅକ୍ସିଜେନ, ପୁଷ୍ଟିକର ଭୋଜନ ଓ ପାଣି ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀଙ୍କଠାରୁ ତିନି ଥର ପରିସ୍ଥିତି ବିଷୟରେ ପଚାରି ବୁଝି ସାରିଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking