19.1 C
Bhubaneswar
Sunday, November 24, 2024
Homeଅପରାଧବସରେ ଯାଉଥିବା ବେଳେ ମହିଳାଙ୍କ ସହ ଡ୍ରାଇଭର କଲେ..

ବସରେ ଯାଉଥିବା ବେଳେ ମହିଳାଙ୍କ ସହ ଡ୍ରାଇଭର କଲେ..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୨୫ ବର୍ଷୀୟା ମହିଳା ନିଜର ଦୁଇ ପିଲାଙ୍କ ସହ ବସରେ ଉତ୍ତରପ୍ରଦେଶର ପ୍ରତାପଗଡରୁ ନୋଏଡା ଯାଉଥିବା ବେଳେ ବସରେ ଥିବା ଡ୍ରାଇଭର ତାଙ୍କୁ ଦୁଷ୍କର୍ମ କରିଥିଲେ । ଜଣେ ଡ୍ରାଇଭର ଏହି ଘଟଣା ପରେ ଫେରାର ହୋଇଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ଭୟଭୀତ କରାଇଥିବା ପୋଲିସ କହିଛି । ଲକ୍ଷନଉ ଏବଂ ମଥୁରା ମଧ୍ୟରେ ଏହି ଘଟଣା ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଦୂର ବାଟ ବୋଲି ଉକ୍ତ ଘରୋଇ ବସରେ ମହିଳା ଜଣକ ଦୁଇ ପିଲାଙ୍କ ସହ ସେହି ବସରେ ଯାତ୍ରା କରୁଥିଲେ । ବସରେ ଆହୁରି ୧୦ ଜଣ ଯାତ୍ରୀ ମଧ୍ୟ ଥିଲେ । ନୋଏଡାରେ ପହଂଚିବା ପରେ ପୀଡିତା ମହିଳା ଜଣକ ଅଭିଯୁକ୍ତ ଡ୍ରାଇଭରଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ସେହି ବସରେ ଦୁଇ ଡ୍ରାଇଭରଙ୍କ ସହ ଅନ୍ୟ କର୍ମଚାରୀ ଥିଲେ । ପୀଡିତା ମହିଳାଙ୍କ ସ୍ୱାମୀ ଜଣେ ପରିବା ବ୍ୟବସାୟୀ ହୋଇଥିବା ବେଳେ ସେ ପ୍ରଥମଥର ପାଇଁ ପ୍ରତାପଗଡରୁ ନୋଏଡା ଯାତ୍ରା କରୁଥିଲେ । ପ୍ରତାପଗଡରୁ ନୋଏଡା  ଯାଉଥିବା ବେଳେ ଲକ୍ଷନଉ ଓ ମଥୁରା ମଧ୍ୟରେ ରାତିରେ ଏଭଳି ଘଟଣା ଘଟିଥିବା ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହି ସୂଚନା ପ୍ରଦାନ କରିଛନ୍ତି ପୋଲିସ ଡେପୁଟି କମିଶନର ଭ୍ରିନ୍ଦା ଶୁକ୍ଳା । ଦୁଇ ଡ୍ରାଇଭରଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ସହ ବସ ମାଲିକଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଆରମ୍ଭ କରିଥିବା ସେ କହିଛନ୍ତି । ଏବେ ପୀଡିତା ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି । ବସରେ ଥିବା ଅନ୍ୟଯାତ୍ରୀଙ୍କୁ ଟ୍ରେସ କରାଯିବା ସହ ମହିଳା ଜଣକ ବସର ଶେଷ ସିଟରେ ବସିଥିଲେ । ଯେଉଁଥିପାଇଁ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରାଯାଇଥିବା ପୋଲିସ କମିଶନର କହିଛନ୍ତି । ଡ୍ରାଇଭର ଜଣଙ୍କ ଚିତ୍କାର କଲେ ମାରିଦେବେ ବୋଲି ଧମକ ଦେଇ ଏଭଳି କାଣ୍ଡ କରିଛନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି । ସେ ନୋଏଡାରେ ଓହ୍ଲାଇବା ପରେ ମହିଳାଙ୍କ ସ୍ୱାମୀ ତାଙ୍କୁ ନେବା ପାଇଁ ଆସିଥିଲେ । ପରେ ସେ ତାଙ୍କ ସ୍ୱାମୀଙ୍କୁ ସବୁ କଥା କହିଥିଲେ । ଯାହା ଫଳରେ ଏହାର ଖୁଲାସା ହୋଇପାରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking