39.8 C
Bhubaneswar
Thursday, April 18, 2024
Homeଅପରାଧନିଜକୁ ନିଜେ ହତ୍ୟା କରିବା ପାଇଁ ଦେଲେ ସୁପାରୀ

ନିଜକୁ ନିଜେ ହତ୍ୟା କରିବା ପାଇଁ ଦେଲେ ସୁପାରୀ

ନୂଆଦିଲ୍ଲୀ : ଋଣ , ପ୍ଲାନିଂ ଓ ହତ୍ୟା । ନିଜକୁ ନିଜେ ହତ୍ୟା କରିବା ପାଇଁ ଦେଲେ ସୁପାରୀ । ଦିଲ୍ଲୀର ଆନନ୍ଦବିହାର ଅଞ୍ଚଳର ଗୌରବ ବଂସଲ ଅଚାନକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ ସେ ମିଳି ନଥିଲେ । ସାଙ୍ଗ ସାଥି, ବନ୍ଧୁ ସମସ୍ତଙ୍କୁ ପଚରାଉଚୁରା ପରେ ମଧ୍ୟ କୌଣସି ଖବର ନ ମିଳିବାରୁ ଆନନ୍ଦବିହାର ପୋଲିସ୍ ଷ୍ଟେସନରେ ଅଭିଯୋଗ କରାଯାଇଥିଲା । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ଗୌରବ ବଂସଲ ପେସାରେ ଜଣେ ବ୍ୟବସାୟୀ ଥିଲେ । ଏମିତି ଏକ ସମୟ ଥିଲା ଯେଉଁ ସମୟରେ ତାଙ୍କର ସବୁ କିଛି ଠିକ୍ ଚାଲିଥିଲା । କିନ୍ତୁ ଧୀରେ ଧୀରେ ତାଙ୍କ ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା । ତେଣୁ ସେ ନିଜ ଆବଶ୍ୟକ ପାଇଁ ମୁଣ୍ଡଠାରୁ ୋଗନ ପର୍ଯ୍ୟନ୍ତ କରଜରେ ବୁଡ଼ିଗଲା । କିନ୍ତୁ ଋଣ ପରିଷୋଧ କରିବାକୁ ତା ପାଖରେ ସାହସ ନଥିଲା । ଏଥିରୁ ବୟ୍‌ଚିବା ପାଇଁ ସେ ନିଜେ ଏକ ଷଡ଼ଯନ୍ତ୍ର ରଚିଲା । ଯାହା ଜାଣିଲେ ଆପଣ ମଧ୍ୟ ଚମକି ଉଠିବେ । କାରଣ ସେ ସେତେବେଳେ ନିଜ ହତ୍ୟା କରିବାକୁ ସୁପାରୀ ଦେବାକୁ ଚିନ୍ତା କରିଥିଲା ।
ଘଟଣା ଥିଲା ଏହି ମାସ ୯ ତାରିଖର । ଯେତେବେଳେ ପରିବାର ଲୋକେ ଗୌରବର କୌଣସି ପତ୍ତା ପାଇ ନଥିଲେ ସେମାନେ ପୋଲିସକୁ ଜଣାଇଥିଲେ । ଜୁନ ୧୦ତାରିଖ ଦିନ ପୋଲିସ୍ କୁ ରଣହୌଲା ଅଞ୍ଚଳରେ ଏକ ଲାସ୍ ପଡ଼ିଥିବାର ସୂଚନା ମିଳିଥିଲା । ପୁଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ମୃତ ଦେହଟି ଗୌରବ ବଂସଲର । ମୃତ ଦେହକୁ ଦେଖି ପୋଲିସ୍ ଜାଣିପାରିଥିଲେ ଏହା ଏକ ହତ୍ୟା । ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ଅଧିକ ତଦନ୍ତ ହେବା ପରେ ଜଣାପଡ଼ିଥିଲା ଯେ , ଏହି ସବୁ କାମ ସୁରଜ ନାମକ ଜଣେ ବ୍ୟକ୍ତିର । ସୁରଜକୁ ପଚାରିବା ପରେ ସେ କହିଥିଲା ସେ ତାର ଦୁଇ ସାଙ୍ଗଙ୍କ ସହ ମିଶି ଗୌରବର ହତ୍ୟା କରିଛି । କାରଣ ଗୌରବ ନିଜେ ଆମକୁ ତାର ହତ୍ୟାପାଇଁ ସୁପାରୀ ଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking