ନୂଆଦିଲ୍ଲୀ: ରିଲ୍ସ ନିଶା ଯୋଗୁଁ ଚାଲିଗଲା ଜୀବନ । ଏଭଳି ଏକ ଖବର ଉତ୍ତରପ୍ରଦେଶ ବାରବାଙ୍କୀରୁ ସାମ୍ନାକୁ ଆସିଛି । ଟ୍ରେନ ଲାଇନରେ ରିଲ୍ସ କରିବା ନିଶାରେ ଚାଲିଯାଇଛି ଜଣେ ୧୬ ବର୍ଷୀ ନାବାଳକଙ୍କ ଜୀବନ । ଯୁବକ ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଟ୍ରେନ ଲାଇନରେ ରିଲ୍ସ କରୁଥିଲେ । ଆଉ ଏତିକି ସମୟରେ ହଠାତ ମାଡିଆସିଥିଲା ଟ୍ରେନ । ଅ୍ଧମ ଟ୍ରେନରେ କଟି ନାବାଳକଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା । ଘଟଣା ବିଷୟରେ ପୋଲିସକୁ ଖବର ମିଳିବ ପରେ ମୃତଦେହକୁ ଜବତ କରି ପରିବାରକୁ ସୂଚନା ଦେଇଛି । ମୃତ୍ୟୁ ପୂର୍ବରୁ ଭିଡିଓ ସାମ୍ନାକୁ ଆସିଛି ।
ଜହାଙ୍ଗୀରବାଦ ବସ୍ତିରେ ଦୌଲତପୁର ଗାଁରେ ମୁନାଙ୍କ ସେଲୁନ ଥିଲା । ତାଙ୍କର ୧୬ ବର୍ଷୀୟ ପୁଅ ଫରମାନ ଗୁରୁବାର ଦିନ ୩ ସାଙ୍ଗ ସହିତ ମିଶି ଶୋଭାଯାତ୍ରା ଦେଖିବାକୁ ଯାଇଥିଲା । ଏହି ସମୟରେ ଦାମୋଦରପୁର ଗାଁ ନିକଟରେ ଥିବା ଏକ ଲେଭଲ କ୍ରସିଂରେ ସାଙ୍ଗ ସହିତ ରିଲ ଭିଡିଓ କରୁଥିବା ବେଳେ ଟ୍ରେନ ମାଡି ଯାଇଥିଲା । ଏହି ସମୟର ଭିଡିଓ ସାଙ୍ଗର ମୋବାଇଲରେ ରେକର୍ଡ ହୋଇଛି ।
ତେବେ ସେମାନେ ରିଲ୍ କରିବାରେ ଏତେ ବ୍ୟସ୍ତ ଥିଲେ ଯେ, ଟ୍ରେନ ଆସିବା ଜାଣିପାରିନଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ଜିଆରପି ପହଞ୍ଚି ସୂଚନା ଦେଇଥିଲା । ଏହାପରେ ମୃତଦେହକୁ ଯୁବକଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।