18.1 C
Bhubaneswar
Saturday, November 23, 2024
Homeଓଡିଶାସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ସାହିତ୍ୟ ଚିରକାଳ ସଂଗ୍ରାମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର
ଭୁବନେଶ୍ବର: ବଙ୍ଗଳା ଭାଷାରେ କାଜି ନଜରୁଲ ଇସଲାମ, ହିନ୍ଦୀ ସାହିତ୍ୟରେ ମୈଥିଲୀଶରଣ ଗୁପ୍ତା, ସୂର୍ଯ୍ୟକାନ୍ତ ତ୍ରିପାଠୀ ‘ନିରଲା’ଙ୍କ ପରି ଓଡ଼ିଶାରେ ଉତ୍କଳମଣି ଗୋପବନ୍ଧୁ ଦାସ, ଜାତୀୟ କବି ବୀରକିଶୋର ଦାସ, ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ରାଧାମୋହନ ଗଡ଼ନାୟକ ପ୍ରମୁଖ କବି ଭାରତୀୟ ସ୍ବାଧୀନତା ଆନ୍ଦୋଳନକୁ ନିଜ ନିଜର ରଚନା ଦ୍ବାରା ପ୍ରଭାବିତ କରିଥିଲେ। ସେହିପରି ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀଙ୍କ ପରି ବହୁ ସ୍ବାଧୀନତା ସଂଗ୍ରାମୀ ବହୁ ଭାବେ ସ୍ବାଧୀନତା ଆନ୍ଦୋଳନକୁ ଅବ୍ୟାହତ ରଖିଥିଲେ ବୋଲି ବିଶିଷ୍ଟବକ୍ତାମାନେ ପ୍ରକାଶ କରିଛନ୍ତି।
କେନ୍ଦ୍ର ସାହିତ୍ୟ ଏକାଡେମ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ରକୁ ଉଦଘାଟନ କରି ବିଶିଷ୍ଟ ଔପନ୍ୟାସିକ ବିଭୂତ ପଟ୍ଟନାୟକ କହିଥିଲେ ଯେ ସେତେବେଳେ ଓଡ଼ିଶାରେ ଆଜିପରି ସାକ୍ଷରତା ନ ଥିବାରୁ ଜାତୀୟ କବି ବୀରକିଶୋର ଦାସଙ୍କ କବିତାକୁ ଲୋକେ ହାରମୋନିୟମ ଧରି ଗାଉଥିଲେ।
ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ସାହିତ୍ୟର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସାହିତ୍ୟ ଏକାଡେମୀର ସଚିବ ଡ.କେ.ଶ୍ରୀନିବାସ ରାଓ ତାଙ୍କର ଭାଷଣରେ ଓଡ଼ିଶାରେ ନାରୀ ଲେଖକ ଏବଂ ସ୍ବାଧୀତତା ସଂଗ୍ରାମୀଙ୍କ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ। ଏହି ଅବସରରେ ଆବାହକ ଡ.ଗୌରହରି ଦାସ କହିଥିଲେ ଯେ ସାହିତ୍ୟ ଚିରକାଳ ସଂଗ୍ରମର ବାର୍ତ୍ତାବହ ଏବଂ ପରିବର୍ତ୍ତନର ଭାଷ୍ୟକାର ଭାବେ ତାଙ୍କ ଭୂମିକା ନିର୍ବାହ କରିଆସିଛି।
ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୋଜକ ଡ.ରମେଶଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ। ଡ.ନିବେଦିତା ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବେଳେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ କାହ୍ନୁଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ। ଆଜି କୃଷ୍ଣଚନ୍ଦ୍ର ପ୍ରଧାନ, ଶୁକମୁନି ବେହରେ ଓ ଲୋହିତାକ୍ଷ ଯୋଶୀ ପ୍ରବନ୍ଧ ପାଠ କରିଥିଲେ।
ଦୁଇଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଓଡ଼ିଆ ଗୀତ ଓ କବିତା, ଓଡ଼ିଆ ନାଟକ, ଓଡ଼ିଆ ଗଳ୍ପ, ଓଡ଼ିଆ ପ୍ରବନ୍ଧ ଓ ପତ୍ରପତ୍ରିକା ଆଦି ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking