29.1 C
Bhubaneswar
Friday, June 13, 2025
Homeଓଡିଶା"ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ସହ ଚୁକ୍ତି ସ୍ୱାକ୍ଷରିତ"

“ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ସହ ଚୁକ୍ତି ସ୍ୱାକ୍ଷରିତ”

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ହୋଇ ଏହି କ୍ଷେତ୍ରରେ ଆଗକୁ ବଢିବା ପାଇଁ ପଦକ୍ଷେପ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଭାଗ ଓ ପୋଷ୍ଟ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ପିଜିଆଇଏମ୍ଇଆର୍) ଓ କ୍ୟାପିଟାଲ ହସ୍ପିଟାଲ୍ମ ମଧ୍ୟରେ ସହଯୋଗ ପାଇଁ ବୁଝାମଣାପତ୍ର ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ସ୍ୱାକ୍ଷର ହୋଇ ଯାଇଛି । ଆନ୍ତଃ-ସଂସ୍ଥା ଶିକ୍ଷା ଓ ଗବେଷଣାକୁ ସୁଗମ କରିବା ପାଇଁ, ପିଜିଆଇଏମଇଆର ଏବଂ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶିକା, ନିବେଦିତା ପାଣି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ଅନ୍ୟ ବିଜ୍ଞ ବ୍ୟକ୍ତି ଗଣ ପ୍ରମୁଖ ଉପସ୍ଥିତ ଥିଲେ।

ଆନ୍ତଃଶୃଙ୍ଖଳା ଗବେଷଣା ଓ ମାନସିକ ଚିକିତ୍ସା କ୍ଷେତ୍ରରେ ସ୍ୱଳ୍ପକାଳୀନ ଶିକ୍ଷଣ ଅଭିଜ୍ଞତା ତଥା ପ୍ରଦର୍ଶନର ବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆନ୍ତଃଶୃଙ୍ଖଳା କ୍ଷେତ୍ର ଯେପରିକି ସକାରାତ୍ମକ ମନୋବିଜ୍ଞାନ, ମାନସିକ ସ୍ୱାସ୍ଥ୍ୟ, ଚାପ ପରିଚାଳନା, କର୍ମଶାଳା ମାଧ୍ୟମରେ ମନୋବୈଜ୍ଞାନିକ ପରାମର୍ଶ ପ୍ରଦାନ କରାଯାଇ ପାରିବ । ଏହା ଦ୍ୱାରା ସମ୍ପୃକ୍ତ ଅଂଶୀଦାରୀମାନେ ପାରସ୍ପରିକ ଭାବେ ଲାଭବାନ ହେବେ। ମନସ୍ତତ୍ତ୍ୱ ବିଭାଗର ଛାତ୍ରଛାତ୍ରୀଙ୍କ ଇଣ୍ଟର୍ନସିପ୍ ପାଇଁ ମଧ୍ୟ ସୁଯୋଗ ରହିବ ଏବଂ ଏହି ସବୁ କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରାଯିବ।

ଏଭଳି ସହଯୋଗ ରାଜ୍ୟରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟକୁ ସୁଗମ କରିବ ବୋଲି ପ୍ରଫେସର ସବିତା ଆଚାର୍ଯ୍ୟ ନିଜ ମତବ୍ୟକ୍ତ ରଖିଥିଲେ । ଆଜି ଯେକୌଣସି ରୋଗ କିମ୍ବା ବିଶୃଙ୍ଖଳାର ସମାଧାନ ପାଇଁ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ସମନ୍ୱିତ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ପିଜିଆଇଏମଇଆର ଏବଂ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ନିବେଦିତା ପାଣି ଏହି କାର୍ଯ୍ୟକ୍ରମକୁ ବହୁ ପ୍ରଶଂସା କରିଥିଲେ । ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ଆଜି ଏଠି ହୋଇ ଏହି କ୍ଷେତ୍ରରେ ଆଗକୁ ବଢିବା ପାଇଁ ପଦକ୍ଷେପ ନେବା ଏକ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । କୁଳସଚିବ ଡ. ଅଭୟ କୁମାର ନାୟକ କହିଥିଲେ ଯେ ଏହି ସହୟୋଗ ପାରସ୍ପରିକ ଭାବେ ଲାଭଦାୟକ ହେବ ଏବଂ ସହଭାଗୀତା କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସହୟୋଗ ଯୋଗାଇ ଦିଆଯିବ ।

ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ, ନୂତନ ପିଜି ବିଭାଗ ସହ ହସ୍ପିଟାଲ ସମ୍ପ୍ରସାରିତ ହେଉଥିବାରୁ ଏଭଳି ଚୁକ୍ତି ଆଗାମୀ ଦିନରେ ଗୁଣାତ୍ମକ ଆନ୍ତଃଶୃଙ୍ଖଳା ଗବେଷଣାକୁ ପ୍ରୋତ୍ସାହିତ କରିବ ବୋଲି ସେ ଅତ୍ୟନ୍ତ ଆଶାବାଦୀ ବୋଲି ନିଜ ମତ ରଖିଥିଲେ । ଏଲ୍. ଡି. ସାହୁ, ଅତିରିକ୍ତ ନିର୍ଦ୍ଦେଶକ ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ପ୍ରଫେସର ସୁଜାତା ମିଶ୍ର, ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ସିଡିସି ଓ ଆଇକ୍ୟୁଏସିର, ନିର୍ଦ୍ଦେଶକ, ପ୍ରଫେସର ନିଗମାନନ୍ଦ ଦାସ ତଥା ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପିକା ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking