36.1 C
Bhubaneswar
Sunday, May 19, 2024
Homeକରୋନା ଓଡିଶାବାୟୁରେ ବ୍ୟାପୁଛି କରୋନା : ସଠିକ୍ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ବାୟୁରେ ବ୍ୟାପୁଛି କରୋନା : ସଠିକ୍ ଭାବରେ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ସଂକ୍ରମଣ । ଆଉ ଏହାରି ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କଟକ ଏସ୍‌ସିବି ଆନାସ୍ଥେସିଆ ବିଭାଗ ପ୍ରଫେସର ନିବେଦିତା ପାଣି ଦେଇଛନ୍ତି ପରାମର୍ଶ । ବର୍ତ୍ତମାନ ସମୟରେ କରୋନା ମହାମାରୀ ଭୟଙ୍କର ଭାବରେ ବଢିବାରେ ଲାଗିଛି । ତେଣୁ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହାସହ ମାସ୍କକୁ ସଠିକ ଭାବେ ପିନ୍ଧିବାକୁ ଶ୍ରୀମତି ପାଣି କହିଛନ୍ତି । କରୋନା ଏବେ ବାୟୁ ଜରିଆରେ ବ୍ୟାପୁଥିବାରୁ ସଠିକ ମାସ୍କ ପରିଧାନ ଜରୁରୀ । ଏହାସହ ଏବେ ଆମ୍ଭେମାନେ ୩କପଡ଼ା, ସର୍ଜିକାଲ ଓ ଏନ୍‌-୯୫ ମାସ୍କ ବ୍ୟବହାର କରୁଛନ୍ତି । ଯଦି ଆପଣମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ତେବେ ତାହାକୁ ସଠିକ ଭାବେ ପିନ୍ଧନ୍ତୁ ଏବଂ ଠିକ ଭାବେ ସଫା କରନ୍ତୁ ବୋଲି ସେ କହିବା ସହ ସର୍ଜିକାଲ ମାସ୍କ ପିନ୍ଧୁଥିଲେ, ଥରେ ପିନ୍ଧନ୍ତୁ ଆଉ ପରେ ତାକୁ ଧୋଇ ପୁନଃ ପିନ୍ଧନ୍ତୁନି ବୋଲି ପ୍ରଫେସର ନିବେଦିତା କହିଛନ୍ତି । ମାସ୍କ ପିନ୍ଧିବା ପୂର୍ବରୁ ଓ ଓହ୍ଲାଇଲା ବେଳେ ହାତ ସାନିଟାଇଜ୍ କରନ୍ତୁ ଏହାସହ ମାସ୍କ ଯେମିତି ମୁହଁ, ପାଟି, ନାକ ଘୋଡ଼ାଇ ରଖୁଥିବ ସେଥିଲାଗି ନିଶ୍ଚିତ ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି । କରୋନାରୁ ରକ୍ଷା ପାଇବାକୁ ହେଲେ ଆମ ସମସ୍ତଙ୍କୁ ସଜାଗ ଓ ସଚେତନ ହେବା ସହ ମାସ୍କକୁ ଭଲ ଭାବରେ ପିନ୍ଧିବାର ଆବଶ୍ୟକତା ଥିବା ସେ କହିଛନ୍ତି । କଟନ ମାସ୍କକୁ ସାବୁନାରେ ସଫା କରି ପୁଣି ବ୍ୟବହାର କରିପାରିବେ । ସର୍ଜିକାଲ ମାସ୍କକୁ ଧୋଇକି ପୁଣି ଥରେ ବ୍ୟବହାର କରାଯାଇପାରିବ ନାହିଁ । ମାସ୍କକୁ ପିନ୍ଧିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ପାଣି ପରାମର୍ଶ ଦେଇଛନ୍ତି । ତେଣୁ ମାସ୍କର ସମ୍ମୁଖ ଭାଗକୁ ଧରି କାଢ଼ନ୍ତୁ ନାହିଁ । ଏନ୍‌-୯୫ ମାସ୍କ ୯୫ ପ୍ରତିଶତ ସଂକ୍ରମଣକୁ ରୋକିପାରେ ।
ହୋମ୍ ଆଇସୋଲେସନରେ ଥିବା ରୋଗୀ ମଧ୍ୟ ଡବଲ ଲେୟାର ଥିବା ମାସ୍କ ପିନ୍ଧିବା ଉଚିତ । ରୋଗୀଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ଡବଲ ଲେୟାର ମାସ୍କ ପିନ୍ଧିବା ଦରକାର । କରୋନା ସମୟରେ କୌଣସି ବଡ଼ କାମ ନଥିଲେ ବାହାରକୁ ନଯାଆନ୍ତୁ ବୋଲି ବିଶେଷଜ୍ଞ ଡାକ୍ତର ପାଣି ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking