28.1 C
Bhubaneswar
Tuesday, July 2, 2024
Homeଅପରାଧଯୌତୁକ ଜୁଇରେ ଉଷାରାଣୀ

ଯୌତୁକ ଜୁଇରେ ଉଷାରାଣୀ

ଭଦ୍ରକ: ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ସାନଶାସନ ପଞ୍ଚାୟତ ତେନ୍ତୁଳିଆ ଗ୍ରାମରେ ବଧୁହତ୍ୟା ଅଭିଯୋଗ ହୋଇଛି । ଗ୍ରାମର ମହେନ୍ଦ୍ର ମାଝୀଙ୍କ ପତ୍ନୀ ଉଷାରାଣୀଙ୍କୁ ସ୍ୱାମୀ, ଦେଡ଼ଶୁର କିଶୋର ମାଝୀ, ଯାଆ ରଙ୍କ ମାଝୀ, ପୁତୁରା ବୁଲା ମାଝୀ ଯୌତୁକ ନିର୍ଯାତନା ଦେଇ ମାରିଦେଇଛନ୍ତି । ମୃତକଙ୍କ ଭାଇ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ସରଲିପୁର ଗ୍ରାମର ନରେନ୍ଦ୍ର ଦଳାଇ ଭଣ୍ଡାରିପୋଖରୀ ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି । ଥାନାରେ ଯୌତୁକ ଜନିତ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି । ଅଭିଯୋଗ ଅନୁଯାୟୀ ୧୨ ବର୍ଷ ପୂର୍ବରୁ ଉଷାରାଣୀଙ୍କୁ ଭଦ୍ରକ ବଙ୍କବାସୁଳାଇ ମନ୍ଦିରରେ ବୈଦିକ ରୀତିରେ ମହେନ୍ଦ୍ର ବିବାହ କରିଥିଲେ ।

ବିବାହ ସମୟରେ ନଗଦ ୧୫ ହଜାର ଟଙ୍କା, ସୁନାଗହଣା ସହ ଆବଶ୍ୟକୀୟ ଯାନିଯୌତୁକ ଦିଆଯାଇଥିଲା । ମାତ୍ର ବିବାହର ପରବର୍ଷ ମହେନ୍ଦ୍ର ଅଧିକ ଯୌତୁକ ଦାବି କରି ଉଷାରାଣୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା । ଏ ସମ୍ପର୍କରେ ତେନ୍ତୁଳିଆ ଗ୍ରାମରେ ବହୁବାର ସମାଧାନ ହୋଇଥିଲା । ମାତ୍ର ଗତ ଗୁରୁବାର ଅଭିଯୁକ୍ତମାନେ ପ୍ରବଳ ମାଡ ମାରି ଉଷାରାଣୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ଆଣୁଥିବା ବେଳେ ବାଟରେ ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ମହେନ୍ଦ୍ର ମେଡିକାଲରେ ଭଉଣୀ ଶରୀର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିଥିଲେ । ପୁଲିସ ମାମଲା ଋଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଛି । ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ କାହାରିକୁ ଗିରପ କରାଯାଇନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking