31.1 C
Bhubaneswar
Thursday, July 4, 2024
Homeଅପରାଧଟ୍ରେନ୍‌ରେ ବୈଜ୍ଞାନିକ ଦମ୍ପତ୍ତିଙ୍କ ଉପରେ ମଦ୍ୟପ ଯୁବକର ପରିଶ୍ରା, ଗିରଫ କଲା ଆରପିଏଫ୍‌

ଟ୍ରେନ୍‌ରେ ବୈଜ୍ଞାନିକ ଦମ୍ପତ୍ତିଙ୍କ ଉପରେ ମଦ୍ୟପ ଯୁବକର ପରିଶ୍ରା, ଗିରଫ କଲା ଆରପିଏଫ୍‌

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ବୈଜ୍ଞାନିକ ଓ ତାଙ୍କ ପତ୍ନୀଙ୍କ ଉପରେ ପରିସ୍ରା କଲା ମଦ୍ୟପ ଯୁବ। ଏହି ଘଟଣା ବୁଧବାର ଉତ୍ତର ପ୍ରଦେଶର ଝାନସୀ ନିକଟରେ ଘଟିଛି। ଯୁବକ ଜଣକ ବିଏଚ୍‌ୟୁର ରିଟାୟର ବୈଜ୍ଞାନିକ ଓ ତାଙ୍କ ପତ୍ନୀଙ୍କ ଉପରେ ପରିସ୍ରା କରିଥିଲା। ସେମାନେ ଯେତେବେଳେ ଏହାକୁ ବିରୋଧ କରିବା ପରେ ମଧ୍ୟ ଅଭିଯୁକ୍ତ ଯୁବକ ମାନି ନଥିଲା। ଝାନସୀ ବୀରଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନରେ ଟ୍ରେନ୍ ନିକଟରେ ପହଞ୍ଚିବା ପରେ ଆରପିଏଫ୍ ତାକୁ ଗିରଫ କରିଛି।
ମଧ୍ୟ ପ୍ରଦେଶର ହରପାଲପୁର ନିବାସୀ ଡକ୍ଟର ଜିଏନ୍ ଖରେ ଓ ତାଙ୍କ ୬୦ ବର୍ଷୀୟ ପତ୍ନୀ ଉତ୍ତର ପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ରେ ଦିଲ୍ଲୀ ଯାଉଥିଲେ। ଦୁହେଁ କୋଚ୍ ବି-୩ର ଲୋୟର ବର୍ଥ ୫୭ ଓ ୬୦ ରେ ଥିଲେ। ଏହି ବଗିର ସାଇଡ ଲୋୟର ବର୍ଥରେ କୁତୁବ ବିହାର ସାଉଥ-ଓ୍ବେଷ୍ଟ ଦିଲ୍ଲୀ ରିତେଶ ମଧ୍ୟ ଯାଉଥିଲେ। ସେ ମହୋବାରୁ ହଜରତ ନିଜାମୁଦ୍ଧିନ ଯାଉଥିଲା। ଟ୍ରେନ୍ ଝାନସିରେ ପହଞ୍ଚିବା ବେଳେ ସେ ନିଶାରେ ଦମ୍ପତ୍ତି ଉପରେ ପରିସ୍ରା କରିଥିଲା।
ଦମ୍ପତ୍ତି ଟିଟିଇଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଷ୍ଟେସନ୍ ଆସିବା ପରେ ଯାତ୍ରୀମାନେ ହୋ-ହଲ୍ଲା କରିବା ପରେ ଆରପିଏଫ୍ ଓ ଜିଆରପିର ଯବାନ ରିତେଶକୁ ଗିରଫ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking