23.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗସାରର କଳାବଜାରୀ ବିକ୍ରି ଅଭିଯୋଗ

ସାରର କଳାବଜାରୀ ବିକ୍ରି ଅଭିଯୋଗ

ଗଂଜାମ : ବୁଗୁଡା ବ୍ଲକ୍ ଖୋଳଖାଳି ପଞ୍ଚାୟତ ସେବା ସମବାୟ ସମିତିରେ ପୋଲିସ ଉପସ୍ଥିତିରେ ୟୁରିଆ ସାର ବିକ୍ରି କରାଯାଇଥିଲା l ୟୁରିଆ ସାର ବସ୍ତା ପ୍ରତି ଟ. 266.50 ପଇସା ଥିବାବେଳେ କଲାବଜାରି କରି 450 ରୁ 550 ଟଙ୍କାରେ ବାହାରେ ବିକ୍ରି କରାଯାଉଛି l କିଛି ଦିନ ତଳେ ଷୋହଳ ମଇଲ ଠାରେ ଅମ୍ବିକା ସାର ଡିଲରର ସାର କଳା ବଜାରିକୁ କେନ୍ଦ୍ର କରି ବୁଗୁଡା ତହସିଲଦାରଙ୍କୁ ମାଡ ମରା ଯାଇଥିଲା । ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପୋଲିସ ଉପସ୍ଥିତିରେ ବୁଗୁଡା ବ୍ଲକର ବିଭିନ ସ୍ଥାନରେ ସାର ବିକ୍ରୟ କରାଯିବା ଦେଖା ଯାଉଛି l ସମବାୟ ସମ୍ପାଦକ ପୂର୍ବରୁ 491 ବସ୍ତା ବିକ୍ରି କରାଯାଇଥିବା ବେଳେ ଆଜି 850 ବସ୍ତା 267 ଟଙ୍କାରେ ବିକ୍ରି କରl ଯାଉଥିବା କହିଥିଲେ l କିନ୍ତୁ ବିନା pso ମେସିନ ବିନା ବିଲରେ 270 ଟଙ୍କାରେ ବିକ୍ରି କରାଯିବା ଦେଖା ଯାଇଥିଲା l ତିନି ଦିନ ତଳେ ମିଳିତ କୃଷକ ସଂଗଠନ ସାର ବିକ୍ରିରେ pso ମେସିନ ବ୍ଯବହାର କରା ନଯିବା ବିଲ ଦିଆ ନଯିବାକୁ ନେଇ ବୁଗୁଡା ଥାନାରେ ମାମଲା ରୁଜୁ କରିଥିବା ବେଳେ ପୋଲିସ ଉପସ୍ଥିତିରେ ଏଭଲି ବେନିୟମ କାର୍ଯ୍ୟ ହେଉଥିବା ଦେଖା ଯାଇଛି l ଜିଲା ପ୍ରଶାସନର କରୋନା ନିୟମ ନ ମାନିଲେ ପୋଲିସ ପ୍ରଶାସନ ଲୋକଙ୍କ ଠାରୁ ଫଇନ୍ ଆଦାୟ କରୁଥିବା ବେଳେ ଏଠାରେ ପୋଲିସ ଉପସ୍ଥିତିରେ ସମସ୍ତ ନିୟମର ଉଲଂଘନ ଦେଖା ଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking