26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶୟୁପିର ହିଟ୍‌ୱେଭ୍‌ରେ ୯୮ ଲୋକଙ୍କ ମୃତ୍ୟୁ ; ୪୦୦ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି

ୟୁପିର ହିଟ୍‌ୱେଭ୍‌ରେ ୯୮ ଲୋକଙ୍କ ମୃତ୍ୟୁ ; ୪୦୦ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନିଦିନ ଧରି ଜାରି ହିଟ୍‌ୱେଭ୍‌ରେ ୯୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ୟୁପିର ବଲିଆ ଜିଲ୍ଲାରେ କେବଳ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ଜ୍ୱର ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ତିନିଦିନ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଲୋଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟରେ ଅଧିକାଂଶଙ୍କ ବୟସ ୬୦ ବର୍ଷରୁ ଅଧିକ । ଜୁନ୍ ୧୫ରେ ୨୩, ୧୬ରେ ୨୦ ଏବଂ ଶନିବାର ୧୧ ରୋଗୀଙ୍କୁ ମୃତ୍ୟୁ ଘଟିଥିôବା ବଲିଆ ଜିଲ୍ଲା ହସ୍ପିଟାଲ୍ ଅଧୀକ୍ଷକ ଏସ୍‌କେ ଯାଦବ କହିଛନ୍ତି । ଆଜମଗଡ଼ ସର୍କଲ୍ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିପି ତିୱାରୀ କହିଛନ୍ତି, ମୃତ୍ୟୁର ଯାଞ୍ଚ୍ ପାଇଁ ଲକ୍ଷ୍ନୌରୁ ଏକ ମେଡିକାଲ୍ ଟିମ୍ ଆସୁଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଏହି ମୃତ୍ୟୁ ଘଟିଥିବା ସେ ଆଶଙ୍କାବ୍ୟକ୍ତ କରିଛନ୍ତି । ଜିଲ୍ଲା ହସ୍ପିଟାଲ୍‌ରେ ଏତେ ଭିଡ଼ ହୋଇଛି ଯେ ରୋଗୀଙ୍କୁ ନେବାପାଇଁ ଷ୍ଟ୍ରେଚର୍ ମିଳୁନି ଏବଂ କେତେକ ରୋଗୀଙ୍କ ସମ୍ପର୍କୀୟ ସେମାନଙ୍କ କାନ୍ଧରେ ବୋହି ଏମର୍ଜେନ୍ସି ୱାର୍ଡକୁ ନେଉଛନ୍ତି । ବିହାରେ ମଧ୍ୟ ତାପମାତ୍ର ବୃଦ୍ଧି ଏବଂ ଝାଞ୍ଜି ବହିବା ଯୋଗୁଁ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ବିହାରର ୧୧ ଜିଲ୍ଲାରେ ହିଟ୍‌ୱେଭ୍ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ିୟସ୍ ପାଖାପାଖି ରେକର୍ଡ କରାଯାଇଛି ।

ସେହିପରି ଭାରତୀୟ ପାଣିପାଗ ବିଭାଗ ଦେଶର ୯ଟି ରାଜ୍ୟରେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ହିଟ୍‌ୱେଭ୍ ଆଲର୍ଟ ଜାରି କରିଛି । ଏହି ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ । ପାଣିପାଗ ବିଭାଗ ବିହାରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ହିଟ୍‌ୱେଭ୍‌କୁ ନେଇ ୬ ଜିଲ୍ଲାରେ, ରେଡ୍‌, ୮ ଜିଲ୍ଲାରେ ଅରେଞ୍ଜ୍ ଏବଂ ୪ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରିଛି । ରାଜ୍ୟର କେତେକ ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗବାଡ଼ି କେନ୍ଦ୍ରକୁ ଜୁନ୍ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ତେବେ ଉତ୍ତର ପ୍ରଦେଶରେ ବାତ୍ୟା ବିପର୍ଯ୍ୟୟ କାରଣରୁ ଆଗାମୀ ଦିନରେ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଆଉ ଦୁଇଦିନ ରାଜ୍ୟରେ ତାତି ରହିବ । ବାରାବାଙ୍କି, ଗୋଣ୍ଡା, ଅଯୋଧ୍ୟା, ଆମେଠି, ରାୟବରେଲି, ପ୍ରତାପଗଡ଼, କୌଶାମ୍ବୀ, ସୁଲ୍‌ତାନପୁର, ମିର୍ଜାପୁର, ବାରାଣସୀ, ସୋନଭଦ୍ର, ଗାଜିପୁର, ଦେବରିୟା, ମଉ, ବଲିଆ, ଗୋରଖପୁର, ମହାରାଜଗଞ୍ଜ, ଆମ୍ବେଦକରନଗର, ସନ୍ତକବୀର ନଗରରେ ତାପମାତ୍ରା ଅଧିକ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking