28.1 C
Bhubaneswar
Friday, July 18, 2025
Homeଦେଶ ବିଦେଶହରିୟାଣା ଗାୟକ ରାଜୁ ପଞ୍ଜାବୀଙ୍କ ଅକାଳ ମୃତ୍ୟୁ

ହରିୟାଣା ଗାୟକ ରାଜୁ ପଞ୍ଜାବୀଙ୍କ ଅକାଳ ମୃତ୍ୟୁ

ଚଣ୍ଡିଗଡ: ହରିୟାଣାର ଲୋକପ୍ରିୟ ଗାୟକ ରାଜୁ ପଞ୍ଜାବୀଙ୍କର ସୋମବାର ମାତ୍ର ୪୦ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ପ୍ରଶଂସକ ମହଲରେ ସେ ‘କିଙ୍ଗ୍ ଅଫ୍ ଟ୍ୟୁନ୍‌ସ’ ଅର୍ଥାତ ଧୂନ୍‌ର ବାଦଶାହଭାବେ ପରିଚିତ ଥିଲେ ।

ହରିୟାଣାର ଲୋକପ୍ରିୟ ଗାୟିକା ସ୍ୱପ୍ନା ଚୌଧୁରୀଙ୍କ ସହ ମିଶି ରାଜୁ ଅନେକ ଗୀତ ଗାଇଛନ୍ତି । ସେ ଗାଇଥିବା ଗୀତଗୁଡିକ ମଧ୍ୟରେ ସଲିଡ୍ ବଡି, ଦେଶୀ ଦେଶୀ, ଆଚ୍ଛା ଲାଗେ ସେ, ତୁ ଚିଜ୍ ଲାଜୱାବ୍‌, ଭାଙ୍ଗ୍ ମେରେ ୟାରା ନେ ଓ ଲାଷ୍ଟ ପେଗ୍ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । ରାଜୁଙ୍କ ବିୟୋଗରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗଭୀର ଦୁଃଖପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking