ସାନ୍ ଫ୍ରାନ୍ସିସ୍କୋ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସ୍ଲା ଗ୍ରୁପ୍ ଅଫ୍ କମ୍ପାନୀଜ୍ ମାଲିକ ତଥା ଟ୍ୱିଟର ଭଳି ଏକ ବୃହତ୍ ସୋସିଆଲ ମିଡିଆର ସତ୍ତ୍ୱାଧାରକ ଏଲନ୍ ମସ୍କ, ଭାରତ ସମ୍ପର୍କରେ ଏକ ବଡ଼ ବିବୃତି ଦେଇଛନ୍ତି । ସେ କହିଛନ୍ତି ଭାରତ ଭଳି ଏକ ବୃହତ୍ ଜନବହୁଳ ଦେଶ ଏପର୍ଯ୍ୟନ୍ତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ର ସ୍ଥାୟୀ ସଦସ୍ୟ ନହେବା ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଏହି ପରିପ୍ରେକ୍ଷୀରେ ସେ ୟୁଏନ୍ଏସ୍ସିକୁ ନିଜ ନୀତିରେ ପରିବର୍ତ୍ତନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ମସ୍କ କହିଛନ୍ତି, ୟୁଏନ୍ଏସ୍ସି ଏପରି ଏକ ବ୍ୟବସ୍ଥା ହେବା ଉଚିତ୍ ଯେଉଁଥିରେ ଆଜିର ବିଶ୍ୱର ଝଲକ୍ ପ୍ରତିଫଳିତ ହେଉଥିବ । ଏଥିରେ ୮୦ ବର୍ଷ ପୁରୁଣା ପୃଥିବୀର ପ୍ରତିଫଳନର ଆବଶ୍ୟକତା ନାହିଁ ।
ଏଲନ୍ ମସ୍କଙ୍କ ଅନୁସାରେ, ଭାରତ ଗତ ୧୬ ବର୍ଷ ଧରି ୟୁଏନ୍ଏସ୍ସିର ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ରହିଆସିଛି । ଭାରତ ଜି-୪ ଗୋଷ୍ଠୀର ଅନ୍ୟତମ ସଦସ୍ୟ ରାଷ୍ଟ୍ର ମଧ୍ୟ ରହିଛି । ଭାରତକୁ ଏବେ ବିଶ୍ୱର ସବୁସ୍ତରରୁ ସମର୍ଥନ ମିଳିବା ଆରମ୍ଭ ହୋଇଯାଇଛି । ଏହାସତ୍ତ୍ୱେ ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାନଯିବା ୟୁଏନ୍ଏସ୍ସିର ଦୁର୍ବଳ ନୀତିଗତ ବ୍ୟବସ୍ଥାକୁ ପ୍ରଦର୍ଶିତ କରୁଛି । ୟୁଏନ୍ଏସ୍ସି କର୍ତ୍ତୃପକ୍ଷ ଏଦିଗରେ ଚିନ୍ତା କରିବା ସହ କେତେକ ପ୍ରସଙ୍ଗରେ ପରିବର୍ତ୍ତନ ବା ସଂଶୋଧନ କରିବା ଜରୁରି ହୋଇପଡିଛି । ପ୍ରକାଶ, ଜି-୪ ଗୋଷ୍ଠୀର ୪ ସଦସ୍ୟ ରାଷ୍ଟ୍ର () ଙ୍କ ପକ୍ଷରୁ ମଧ୍ୟ ଭାରତକୁ ୟୁଏନ୍ଏସ୍ସିରେ ସ୍ଥାୟୀ ସଦସ୍ୟ କରାଯିବା ନେଇ ଦାବି କରାଯାଇଆସୁଛି । ଯେତେବେଳେ କି ଏହି ୩ ଦେଶ () ୟୁଏନ୍ଏସ୍ସିରେ ସ୍ଥାୟୀ ସଦସ୍ୟ ରହିଛନ୍ତି ।
ମସ୍କ କହିଛନ୍ତି, ୟୁଏନ୍ଏସ୍ସିରେ ସାମିଲ ଥିବା ଶକ୍ତିଶାଳୀ ଦେଶଗୁଡ଼ିକ ଭାରତ ଭଳି ଏକ ବିକାଶଶୀଳ ଦେଶକୁ ହୁଏତ ଏହି କ୍ଷମତା ଦେବାକୁ ଚାହୁଁନାହାନ୍ତି । ବୋଧହୁଏ ଏହି କାରଣରୁ ଏମାନେ ଭାରତର ସ୍ଥାୟୀ ସଦସ୍ୟତାକୁ ସହଜରେ ସ୍ୱୀକାର କରିପାରୁନାହାନ୍ତି । କିନ୍ତୁ ଭାରତ ଭଳି ଏକ ଜନସଂଖ୍ୟା ବହୁଳ ଦେଶକୁ ୟୁଏନ୍ଏସ୍ସିରେ ସ୍ଥାୟୀ ଆସନ ଦିଆନଯିବା ସମ୍ପୂର୍ଣ୍ଣ ବେଆଇନ୍ ପ୍ରକ୍ରିୟା ବୋଲି କୁହାଯାଇପାରେ । ସେହିପରି ଆଫ୍ରିକାକୁ ମଧ୍ୟ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯିବା ଉଚିତ୍ ବୋଲି ମସ୍କ କହିଛନ୍ତି ।
ଭାରତ ବେଶ୍ କିଛି ସମୟ ଧରି ୟୁଏନ୍ଏସ୍ସିରେ ସ୍ଥାୟୀ ସଦସ୍ୟତା ହାସଲ କରିବା ଲାଗି ପ୍ରୟାସ କରିଆସୁଛି । ନିକଟରେ କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ୟୁଏନ୍ଏସ୍ସି ନିଜ ପୁରୁଣା ନୀତିଗତ ଢ଼ାଞ୍ଚାକୁ ପରିବର୍ତ୍ତନ କରିବାର ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅନେକ ଥର ଅନ୍ତର୍ଜାତୀୟ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇସାରିଛନ୍ତି । ସୂଚନାଯୋଗ୍ୟ ୟୁଏନ୍ଏସ୍ସି ଯେତେବେଳେ ଗଠନ ହେଲା ସେସମୟର ଆନ୍ତର୍ଜାତୀୟ ସ୍ଥିତି ଆଉ ବର୍ତ୍ତମାନ ସମୟରେ ଆନ୍ତର୍ଜାତୀୟ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି ।
ସେତେବେଳେ ଜାତିସଂଘରେ ୫୧ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାବେ ସାମିଲ ହୋଇଥିଲେ ଏବଂ ସେତେବେଳେ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସଂଖ୍ୟା ୫ ରହିଥିଲା । କିନ୍ତୁ ଏବେ ଯେତେବେଳେ ଜାତିସଂଘରେ ୨୦୦ରୁ ଊର୍ଦ୍ଧ୍ୱ ଦେଶଙ୍କ ସମ୍ପୃକ୍ତି ହୋଇସାରିଛି ସେତେବେଳେ ମଧ୍ୟ ସ୍ଥାୟୀ ସଦସ୍ୟତା ସଂଖ୍ୟା (୫ ରାଷ୍ଟ୍ର) ପୂର୍ବବତ୍ ସମାନ ରହିଛି । ଏଥିପାଇଁ ୟୁଏନ୍ଏସ୍ସିକୁ ବରାବର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡୁଛି ।