19.1 C
Bhubaneswar
Tuesday, November 19, 2024
Homeବ୍ରେକୀଙ୍ଗଅସଜଡ଼ା ପରିମଳ ବ୍ୟବସ୍ଥା, ଡ୍ରେନେଜ ବିପର୍ଯ୍ୟସ୍ତ

ଅସଜଡ଼ା ପରିମଳ ବ୍ୟବସ୍ଥା, ଡ୍ରେନେଜ ବିପର୍ଯ୍ୟସ୍ତ

ରାଉରକେଲା: ଷ୍ଟିଲ ସିଟି ରାଉରକେଲା ଅନ୍ତର୍ଗତ ସାରନଗରୀର ଗଂଜୁ ମାର୍କେଟ ଅନ୍ୟତମ ପ୍ରମୁଖ ମାର୍କେଟ । ଏହି ମାର୍କେଟ ଉପରେ ସାରନଗରୀ ସମେତ ଆଖପାଖ ଅଂଚଳର ବାସିନ୍ଦା ମାନେ ଦିନ ପ୍ରତିଦିନ ନିର୍ଭର କରିଥାନ୍ତି । ମାତ୍ର ବିଗତ କିଛି ମାସ ହେଲା ଏହି ମାର୍କେଟର ଅସଜଡ଼ା ପରିମଳ ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଉଭୟ ଦୋକାନୀ ଓ ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କୁ ଚିନ୍ତାରେ ପକାଇଛି । ଏହି ମାର୍କେଟରେ ଅନେକ ଗୁଡ଼ିକ ନିତ୍ୟ ବ୍ୟବହାଯ୍ୟକାରୀ ଦୋକାନ ଯେପରି, କପଡ଼ା, ବାସନକୁସନ, ତେଜରାତି ଓ ଅନ୍ୟ ଦୋକାନ ଗୁଡ଼ିକ ରହିଛି । ପ୍ରତିଦିନ ଶହଶହ ଲୋକ ଏଠାକୁ ବିଭିନ୍ନ ଜିନିଷପତ୍ର କ୍ରୟ କରିବାକୁ ଆସିଥାନ୍ତି । ମାତ୍ର ମାର୍କେଟର ରାସ୍ତା କଡ଼ରେ ପଡ଼ିଥିବା କୁଢ କୁଢ ଅଳିଆ ଆବର୍ଜନାର ଦୁର୍ଗନ୍ଧରେ ସମଗ୍ର ଅଂଚଳରେ ଏକ ଦୂଷିତ ପରିବେଶ ସୃଷ୍ଟି ହେବା ଯୋଗୁ ଉଭୟ ଦୋକାନୀ ଓ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି । ଏହି ମାର୍କେଟର ନିକଟରେ ଥିବା ଘର ଗୁଡ଼ିକର ଅଳିଆ ଆବର୍ଜନା, ପନିପରିବାର ଚୋପା ଆଦି ଗୋଟିଏ ଜାଗାରେ ଠୁଳ କରାଯାଉଛି । ଏହି ଅଳିଆ ଗୁଡ଼ିକ କିଛି ଦିନ ଜମି ରହି ପଚିସଢି ଯିବା ପରେ ଏକ ପ୍ରକାର ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ଗଂଜୁ ମାର୍କେଟ ରାସ୍ତା ଦେଇ ଯାତାୟତ କରୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁ ମାନଙ୍କ ଉପରେ ପଡ଼ୁଛି । ସେହିପରି ଏହି ଅଳିଆରେ ପଡ଼ିଥିବା ପଚାସଢା ପନିପରିବା ଖାଇ ଗୃହପାଳିତ ପଶୁ ମାନେ ନାନା ପ୍ରକାର ରୋଗବ୍ୟାଧିର ଶୀକାର ହେଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଏହି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ପ୍ରଶାସନ ନିକଟରେ ଦାବି ଜଣାଇଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳି ପାରିନଥିବା ପ୍ରକାଶ । ସେହିପରି ଅନ୍ୟ ଏକ ସମସ୍ୟା ଗଂଜୁ ମାର୍କେଟ ଦୋକାନୀ ମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏଠାରେ ଡ୍ରେନ ଥିଲେ ମଧ୍ୟ ସଠିକ ରୂପେ କାର୍ଯ୍ୟ କରୁନାହିଁ । ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଉପଯୁକ୍ତ ଡେନ୍ରେଜ ବ୍ୟବସ୍ଥା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking