30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସେପ୍ଟେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର: ସ୍କୁଲ,କଲେଜ ବନ୍ଦ; ପରୀକ୍ଷା ଚାଲୁ ରହିବ

ସେପ୍ଟେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର: ସ୍କୁଲ,କଲେଜ ବନ୍ଦ; ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର: ପ୍ରଥମେ କେନ୍ଦ୍ର ସରକାର ଅନଲକ-୪ ଗାଇଡ ଲାଇନ ଜାରି କରିବା ପରେ ଆଜି ରାଜ୍ୟ ସରକାର ସେପ୍ଟେମ୍ବର ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ତେବେ ଏଥିରେ କଣ ସବୁ କୋହଳ କରିଛନ୍ତି ରାଜ୍ୟ ସରକାର ଆସନ୍ତୁ ଜାଣିବା:
କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏଁ ଲକ ଡାଉନ ଜାରି ରହିବ
ସ୍ଥାନୀୟ ଅଧିକାରୀ କଣ୍ଟେନମେଣ୍ଟ ଜୋନ ନିର୍ଦ୍ଧାରଣ କରିପାରିବେ
କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା, ସବଡିଭିଜନରେ ଲାଗୁ ହେବନି ଲକ ଡାଉନ
ସେପ୍ଟେମ୍ବର ୩୦ ଯାଏଁ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ
ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡିଟୋରିୟମ ବନ୍ଦ ରହିବ
ଅନ୍ତର୍ଜାତୀୟ ବିମାନ ଚଳାଚଳ ପୂର୍ବପରି ବନ୍ଦ ରହିବ
ସେପ୍ଟେମ୍ବର ୨୧ରୁ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ମିଳିବ
ସାମାଜିକ, ରାଜନୈତିକ, କ୍ରୀଡା, ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରହିବ
ଧାର୍ମିକ କାର୍ଯ୍ୟକ୍ରମ ଏବଂ ଅନ୍ୟ ବଡ ସମାବେଶ ବନ୍ଦ ରହିବ
ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ
ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତା ଦେଖା ଚାଲୁ ରହିବ

ଅନଲାଇନ ପାଠପଢା ଚାଲୁ ରହିବ, ଡିସଡାନ୍ସ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ
ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ, କର୍ମଚାରୀ ଆସିବାକୁ ଅନୁମତି ମିଳିବ

ପିଏଚଡି ଗବେଷକ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲା ରହିବ
ଆଉ ରାଜ୍ୟରେ ଲାଗୁ ହେବନି ରାତ୍ରିକାଳୀନ କର୍ଫ୍ୟୁ
କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ରହିବନି ନାଇଟ କର୍ଫ୍ୟୁ
ସପ୍ତାହାନ୍ତ ସଟ ଡାଉନ ଆଉ ଲାଗୁ ହେବନି

ବିବାହ ଉତ୍ସବରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣ ସାମିଲକୁ ଅନୁମତି ମିଳିଛି

ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତରେ ପ୍ରତିବନ୍ଧକ ନାହିଁ

ଆସନ୍ତାକାଲିଠାରୁ ପାସେଞ୍ଜର ବସ ଚାଲିବ

୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଘରେ ରହିବାକୁ ପରାମର୍ଶ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking