28.1 C
Bhubaneswar
Monday, April 27, 2026
Homeଓଡିଶାକୋରାପୁଟରେ ଅଜଣା ରୋଗ ଆକ୍ରାନ୍ତ ; ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ

କୋରାପୁଟରେ ଅଜଣା ରୋଗ ଆକ୍ରାନ୍ତ ; ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ

କୋରାପୁଟ : କୋରାପୁଟ ଜିଲ୍ଲାରେ ଅଜଣା ରୋଗ ଆକ୍ରାନ୍ତ । ପୁଣି ଗଲା ୨ ନିରୀହ ଶିଶୁଙ୍କ ଜୀବନ । କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ୨ ଶିଶୁ ମୃତ । ଏହି ୨ ଶିଶୁଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚି। ଜଣେ ୫ ବର୍ଷର ଶିଶୁ ନାରାୟଣପୁର ମେଡିକାଲରେ ଆଖି ବୁଜିଥିବା ବେଳେ ଆଉ ଜଣଙ୍କର ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁ ହୋଇଛି। କେଉଁ ରୋଗ ଯୋଗୁ ପିଲାମାନଙ୍କ ମୃତ୍ୟୁ ଘଟୁଛି ତାର କାରଣ ଜଣାପଡ଼ି ନଥିବା ବେଳେ ଶିଶୁଙ୍କୁ ଡିପ୍‌ଥେରିଆ ହୋଇଥିବା ସନ୍ଦେହ କରାଯାଉଛି। ଗାଁରେ ମେଡିକାଲ ଟିମ୍ ପହଞ୍ଚି ଅନ୍ୟ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଏଥିସହ ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।ଜିଲ୍ଲାରେ ଡିପଥେରିଆ କାୟା ବିସ୍ତାର କରୁଥିବା ବେଳେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ାଇଛି। ମୃତକ ଶିଶୁଙ୍କ ପରିବାର ଲୋକେ କହିଛନ୍ତି, ପିଲାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା। ପରେ ତଣ୍ଟି ଫୁଲିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking