33.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶ୭ ବିଦେଶୀ ଛାତ୍ରଙ୍କୁ ହଷ୍ଟେଲ୍ ଛାଡିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ

୭ ବିଦେଶୀ ଛାତ୍ରଙ୍କୁ ହଷ୍ଟେଲ୍ ଛାଡିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ

ଅହମ୍ମଦାବାଦ: ଗତ ମାର୍ଚ୍ଚ ୧୬ ତାରିଖରେ ଅହମଦାବାଦ୍ ସ୍ଥିତ ଗୁଜରାଟ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିବା କିଛି ବିଦେଶୀ ମୁସଲିମ୍ ଛାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହେବା ଘଟଣା ପରଠାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ୍ ସତର୍କ ହୋଇପଡିଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ହଷ୍ଟେଲରେ ରହୁଥିବା ୭ ବିଦେଶୀ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ୍ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୭ ଛାତ୍ରଙ୍କ ମଧ୍ୟରେ ୬ଜଣ ଆଫଗାନିସ୍ତାନର ନାଗରିକ ରହିଥିବା ବେଳେ ଅନ୍ୟଜଣେ ଛାତ୍ର ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆର ନାଗରିକ ।

ଦୀର୍ଘ ସମୟ ଧରି ଏମାନଙ୍କ ଡିଗ୍ରୀ ହୋଇସାରିଥିଲେ ମଧ୍ୟ ସେମାନେ ହଷ୍ଟେଲ୍ ରୁମ୍ ଖାଲି କରୁନଥିଲେ । ପ୍ରଶାସନିକ କାର୍ଯ୍ୟ ଅଟକି ରହିଥିବାରୁ ଏବଂ ଏହି ଛାତ୍ରମାନଙ୍କୁ ସାର୍ଟିଫିକେଟ୍ ଆଦି ପ୍ରଦାନ କରାଯାଇନଥିବାରୁ ସେମାନେ ହଷ୍ଟେଲ ଛାଡିନଥିଲେ । କିନ୍ତୁ ଏବେ ସବୁକିଛି ଶେଷ କରାଯାଇସାରିଛି । ଏସମ୍ପର୍କରେ ସମ୍ପୃକ୍ତ ଦେଶର ରାଷ୍ଟ୍ରଦୂତଙ୍କୁ ମଧ୍ୟ ଅବଗତ କରାଇଦିଆଯାଇଛି ଏବଂ ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଇସାରିଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ୩୦୦ରୁ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଏବେ ଅଧ୍ୟୟନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking