30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆଫଗାନିସ୍ତାନକୁ ସହାୟତାର ହାତ ବଢାଇଲା ଆମେରିକା

ଆଫଗାନିସ୍ତାନକୁ ସହାୟତାର ହାତ ବଢାଇଲା ଆମେରିକା

ନୂଆଦିଲ୍ଲୀ : ସାରା ବିଶ୍ୱ ଆଫଗାନିସ୍ତାନକୁ ଅଣଦେଖା କରୁଥିବା ବେଳେ ସାହାଯ୍ୟର ହାତ ବଢାଇଛି ଆମେରିକା । ଆଫଗାନିସ୍ତାନର ଅଧିକାଂଶ ବିଦେଶୀ ଆକାଉଣ୍ଟକୁ ଫ୍ରିଜ କରିବା ଫଳରେ ଆଫଗାନିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ଆମେରିକାର ଆର୍ଥିକ ସହାୟତାର କଥା ସାମ୍ନାକୁ ଆସିଛି । ତେବେ ଆଫଗାନିସ୍ତନାକୁ ପ୍ରାୟ ୪୭୦ କୋଟି ଟଙ୍କା ସହାୟତା କରିବାକୁ ଆମେରିକା ଆଗେଇ ଆସିଛି । ଏନେଇ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ ଗ୍ରୀନଫିଲ୍ଡ ଘୋଷଣା କରିଛନ୍ତି । ଅପରପକ୍ଷରେ ଆଫଗାନିସ୍ତାନର ଆର୍ଥିକ ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଏପରି ସ୍ଥିତିରେ ଆମେରିକା ଆଫଗାନିସ୍ତାନକୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି । ଏହାର ଘୋଷଣା ମୁଁ କରିଥିବାରୁ ବେଶ ଗର୍ବିତ । ଏହି ନୁତନ ପାଣ୍ଠି ମିଳିିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ଏନଜିଓର କାର୍ଯ୍ୟକୁ ସମର୍ଥନ କରିବ । ଏହା ସହ ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଆମେ ଅନୁରୋଧ କରୁଛୁ ବୋଲି ଲିଣ୍ଡା ଥମ୍ପସନ ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking