ଭୁବନେଶ୍ୱର: ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ହାଇଦ୍ରାବାଦ ଗସ୍ତ କାଳରେ ମଙ୍ଗଳବାର ତେଲେଙ୍ଗାନା ରାଜ୍ୟ ସମବାୟ ଶୀର୍ଷ (ଆପେକ୍ସ) ବ୍ୟାଙ୍କ୍ ପରିଦର୍ଶକରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କୁ ବ୍ୟାଙ୍କ୍ର ସଭାପତି କୋନ୍ଦୁରୁ ରବିନ୍ଦ୍ର ରାଓ ଓ ପରିଚାଳନା ନିର୍ଦ୍ଦେଶକ ଡଃ ନେଥି ମୁରଲିଧର ସ୍ୱାଗତ ଜଣାଇ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ ବ୍ୟାଙ୍କ୍ର ବିଭିନ୍ନ ଶାଖା, ସାଇବର କ୍ରାଇମ୍ ନିୟନ୍ତ୍ରଣ ବ୍ୟବସ୍ଥା ବୁଲି ଦେଖିବା ସହିତ ଅଧିକାରୀ ମାନଙ୍କ ସହ ବ୍ୟାଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ।
ପରିଚାଳନା ନିର୍ଦ୍ଦେଶକ ମୁରଲିଧର ବ୍ୟାଙ୍କ୍ର ପରିଚାଳନା ବ୍ୟବସ୍ଥା, ଆର୍ôଥକ କାରବାର ଓ ସାଇବର କ୍ରାଇମ୍ କକ୍ଷର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଦି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଅବଗତ କରାଇଥିଲେ । ପରେ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଯୁବକମାନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ସେ ପଚାରି ବୁଝିଥିଲେ ।