32.1 C
Bhubaneswar
Friday, June 21, 2024
Homeଓଡିଶା୨୫ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

୨୫ରେ ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୫ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ଉଦବୋଧନ ଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ସେହିପରି ଆସନ୍ତା ୨୯ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲସିଂ ତୋମର୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଉଭୟ ସ୍ଥାନରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାରେ ଶେଷ ପ୍ରଚାର ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ଯେ, ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ ଶ୍ରୀ ଶାହ। ମା ସମଲେଇଙ୍କ ମନ୍ଦିର ଯାଇକୁ ପୂଜାର୍ଚ୍ଚନା କରିବା ପରେ ସେଠାରୁ ସେ ପିଏଚଡି ପଡ଼ିଆ ସଭାସ୍ଥଳକୁ ଯାଇଥିଲେ। ପିଏଚଡି ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରି ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଶ୍ରୀ ଶାହ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking