33.1 C
Bhubaneswar
Monday, June 24, 2024
Homeଦେଶ ବିଦେଶଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶା

ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶା

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ଦିନକୁ ଦିନ ବଢ଼ି ଚାଲିଛି ଆତଙ୍କବାଦୀ ଆକ୍ରମଣ। ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରି ଆତଙ୍କବାଦୀମାନେ ଲଗାତର ଆକ୍ରମଣ କରୁଛନ୍ତି। ତେଣୁ ଏସବୁ ଆକ୍ରମଣ ଓ ଅମରନାଥ ଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର’ ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେବେ। ଏମାନଙ୍କ ସହ ମିଶି ଘାଟିରୁ ଆତଙ୍କବାଦକୁ ସଫା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଗୃହମନ୍ତ୍ରୀ। ରବିବାର ହେବାକୁ ଥିବା ଏହି ବୈଠକରେ ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ୟ୍ୟକୁ ଜୋରଦାର କରିବାକୁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ। ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି ତଥା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବେ। ସେହିପରି ଚଳିତ ମାସ ୨୯ ତାରିଖରୁ ଅମରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଏବଂ ଭକ୍ତମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ସମୀକ୍ଷା କରିବେ। ଏଥିସହ ଅମରନାଥ ଯାତ୍ରାରେ କଡା ସୁରକ୍ଷା ସହ ଆବଶ୍ୟକ ଯାଞ୍ଚ ବ୍ୟବସ୍ଥା କରାଯିବ। ଅମରନାଥ ଯାତ୍ରାର ରୁଟରେ ଯେପରି କୌଣସି ସମସ୍ୟା ନସୃଷ୍ଟି ହୁଏ ସେଥିପ୍ରତି ମଧ୍ୟ ଏଆଇ କଡ଼ା ନଜର ରଖିବ ବୋଲି ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking